www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାବଲମ୍ବନ ଆଲୋଚନାଚକ୍ରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ନୌବାହିନୀ ନବୀନତା ଓ ସ୍ୱଦେଶୀ ସଂଗଠନ ଏନ୍‍.ଆଇ.ଆଇ.ଓ ଦ୍ୱାରା ଆୟୋଜିତ ଆଲୋଚନାଚକ୍ର ‘ସ୍ୱାବଲମ୍ବନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ। ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଛି। ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଭାବେ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବନ ହାସଲ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ଉଦ୍ୟମକୁ ଆହୁରି ଆଗେଇ ନେବା ପାଇଁ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ ଉନ୍ମୋଚନ କରିବେ।

ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ ହେଉଛି ନୌବାହିନୀରେ ସ୍ୱଦେଶୀ କାରିଗରୀ ବିଦ୍ୟାର ଉପଯୋଗିତାକୁ ତ୍ୱରାନ୍ୱିତ କରିବା। ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ଏହି ଆଲୋଚନାଚକ୍ର ପ୍ରତିରକ୍ଷା ଅଭିନବତା ସଂଗଠନ ସହ ମିଳିତ ଭାବେ ଆୟୋଜନ କରାଯାଉଛି। ଭାରତୀୟ ନୌବାହିନୀରେ ଅତି କମରେ ୭୫ଟି ନୂଆ ସ୍ୱଦେଶୀ ଜ୍ଞାନକୌଶଳ ଓ ଉତ୍ପାଦ ସାମିଲ କରିବା ଲକ୍ଷ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି। ଏହି ସହଭାଗିତାମୂଳକ ପ୍ରକଳ୍ପକୁ ସ୍ପ୍ରିଣ୍ଟ ନାମ ଦିଆଯାଇଛି। ଏହାକୁ ବିସ୍ତୃତ ଭାବେ କୁହାଯାଇଛି ସପର୍ଟିଂ ପୋଲ୍‍-ଭଲଟିଙ୍ଗ ଇନ୍‍ ଆର୍‍ ଆଣ୍ଡ୍‍ ଡି ଜରିଆରେ ଆଇ.ଡି.ଇ.ଏକ୍ସ, ଏନ୍‍.ଆଇ.ଆଇ.ଓ, ଟି.ଡି.ଏ.ସି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories