www.samajalive.in
Monday, December 8, 2025
27.1 C
Bhubaneswar

୬ ଫୁଟ ଲମ୍ବ ବିଶିଷ୍ଟ ନାଗ ସାପ ଉଦ୍ଧାର

କଲମପୁର : ଦିନକୁ ଦିନ ସାପର ପ୍ର।ଦୁର୍ଭାବ ବୃଦ୍ଧି ପାଉଛି। ଚାଷ ଜମିରେ କୀଟନାଶକ ପକାଯାଉଥିବା ବେଳେ ତାର ବିଷାକ୍ତ ଗନ୍ଧ ପ୍ରଭାବରେ ସାପ ସବୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନ ବସତି ମୁହାଁ ହେଉଛନ୍ତି। ଏପରିକି ଗାତରେ ଥିବା ସାପ ସବୁ ବର୍ଷା ପାଣି ପାଇଁ ବାହାରକୁ ବାହାରୁଛନ୍ତି। ତେଣୁ ଜନ ବସତିର ଘର ଭିତରକୁ ପଶିଯାଉଛନ୍ତି। ଲୋକେ ଭୟ ଭିତ ହେ।ଇ ସାପକୁ ମାରୁଥିବା ବେଳେ ସାପ ମଧ୍ୟ ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଶୁକ୍ରବାର ପୁଣି ଏକ ବୀରାଟକାୟ ନାଗ ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଏହି ନାଗ ସାପର ଲମ୍ବ ପ୍ରାୟ ସାଢେ ୬ ଫୁଟ ହେବ।
ସୁଚନା ଅନୁସାରେ ଶୁକ୍ରବାର ଦିନ ଦାସିଗାଁର ଆଦିତ୍ୟ ପଣ୍ଡାଙ୍କ ଘରେ ଏକ ବଡ ନାଗ ସାପ ଥିବା ନେଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର କୁମାର ସାହୁଙ୍କୁ ସୁଚନା ଦେଇଥିଲେ। ଶ୍ରୀ ସାହୁ ଶ୍ରୀ ପଣ୍ଡାଙ୍କ ଘରେ ପହଂଚି କାଠ ରଖିଥିବା କୋଠରୀରେ ଏକ ବିରାଟକାୟ ନାଗ ସାପ ଥିବା ଦେଖିଥିଲେ। ନିଜର କୌଶଳ କ୍ରମେ ନାଗ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥିଲେ। ଏହାପରେ କଲମପୁର ନିକଟସ୍ଥ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି। ଚଳିତ ବର୍ଷ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ରଙ୍କ ଦ୍ୱାରା ପ୍ରାୟ ୧୫ ଶହ ନାଗ ସାପ ଉଦ୍ଧାର ହେଇଥିବା ସୁଚନା ମିଳିଛି। ତାଙ୍କର ଏହି ସାପ ଉଦ୍ଧାର ଭଳି ଦୁଃସାହସିକ କାର୍ଯ୍ୟପାଇଁ ସାଧାରଣରେ ପ୍ରଶଂସା କରାଯାଉଛି।  ଏହି ଦୁଃସହାସିକ କାର୍ଯ୍ୟରେ ନିୟୋଜିତ ବିରେନ୍ଦ୍ରଙ୍କ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରାଗଲେ ଓ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଲେ ବିରେନ୍ଦ୍ରଙ୍କ ପରିବାର ସୁରକ୍ଷିତ ରହି ପାରନ୍ତେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories