ପୂଜ୍ୟ ପ୍ରଣାମ : ବିପ୍ଳବୀ ଚକ୍ରଧର ବେହେରା

ଆଜି ଜୟନ୍ତୀ

ଓଡ଼ିଆ ରାଜନେତା, ସଂଗଠକ ତଥା କବି ଚକ୍ରଧର ବେହେରା ୧୮୯୪ ମସିହା ଜୁଲାଇ ୧୬ରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୧୯୩୭ ମସିହାରୁ ୧୯୪୬ ମସିହା କାର୍ଯ୍ୟ କରିଥିଲେ। କନିକା ପ୍ରଜାମେଳିରେ ଅଂଶଗ୍ରହଣ କରିଥିବା ଚକ୍ରଧର ୧୯୨୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ। ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ସେ ପରିଚିତ ଥିଲେ। “ବନ୍ଦୀର ବିଳାପ” ଓ “ଜୟନ୍ତୀ” ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ। ଆନ୍ଦୋଳନରେ ଭାଗ ନେଇ ବିପ୍ଳବୀ ଚକ୍ରଧର ବହୁ ଥର କାରାବରଣ କରିଥିଲେ। ଏହି ମହାନ୍ ଜନନାୟକ ଜଣକ ଶିକ୍ଷାର ପ୍ରସାର ପାଇଁ ମଧ୍ୟ ଯଥୋଚିତ ପଦକ୍ଷେପ ନେଇଥିଲେ। ୧୯୭୧ ଜାନୁଆରୀ ୧ରେ ସେ ପ୍ରାଣ ହରାଇଥିଲେ। n

kalyan agarbati

Comments are closed.