www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ଠାରୁ ମାଗଣାରେ ବୁଷ୍ଟର ଡୋଜ୍‍

ଭୁବନେଶ୍ୱର : ଆଜି ଠାରୁ ମାଗଣାରେ ବୁଷ୍ଟର ଡୋଜ୍‍। ୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଆଜି ଠାରୁ ମାଗଣାରେ ଦିଆଯାଉଛି ବୁଷ୍ଟର ଜୋଡ୍‍। ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ଟିକାକରଣ ଆରମ୍ଭ ହୋଇଛି। କୋଭିଡ ଟିକାର ୨ୟ ପାନ ନେଇଥିବା ବ୍ୟକ୍ତିମାନେ ୬ ମାସପରେ ଏହି ପ୍ରିକସନ ଡୋଜ୍‍ ନେଇ ପାରିବେ।
ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ଟିକାକରଣ ଆରମ୍ଭ ହୋଇଛି। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପକ୍ଷରୁ ସୂଚନା ମିଳିଛି। ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି ପ୍ରିକସନ୍‍ ଡୋଜ୍‍। ରାଜଧାନୀ ଭୁବନେଶ୍ୱରରେ କେବଳ ୧୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ୧୮ ରୁ ୫୯ ବୟସର ୧ଲକ୍ଷ ୫୨ ହଜାର ପ୍ରିକସନ୍‍ ଡୋଜ୍‍ ନେଇଛନ୍ତି। ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଟିକା ନେବାକୁ ଅଛନ୍ତି।  ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ୧୩ ଲକ୍ଷ ଡୋଜ୍‍ ଟିକା ମହଜୁଦ ଅଛି ,କିଛି ଦିନ ଯାଏଁ ଚାଲିବ। ଏହାପରେ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ସବୁ ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ। ଏପରିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି।
ସୂଚନା ଯୋଗ୍ୟ, ଜୁଲାଇ ୧୫ ଠାରୁ ମାଗଣାରେ ବୁଷ୍ଟର ଦିଆଯିବା ନେଇ ଜୁଲାଇ ୧୩ରେ ନିଷ୍ପତ୍ତି ନିଆଯାଇଥିଲା। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ । ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ ପ୍ରତିଷେଧକ ଟିକା। ଜୁଲାଇ ୧୫ ରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ସହ ୭୫ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଦିଆଯିବା ମାଗଣା ଟିକା। ଦେଶରେ ୧୮-୫୯ ବର୍ଷ ବୟସର ୭୭ କୋଟି ଲୋକଙ୍କୁ ଏହି ପାନ ଦିଆଯିବ। ଏମାନଙ୍କ ମଧ୍ୟରୁ ଏକ ପ୍ରତିଶତରୁ କମ୍ ଲୋକଙ୍କୁ ଏପର୍ୟ୍ୟନ୍ତ ଏହି ଡୋଜ ଦିଆଯାଇଛି। ପ୍ରକାଶ ଥାଉକି, ୬୦ ବର୍ଷରୁ ଅଧିକ ବୟସର ୧୬୦ କୋଟି ଯୋଗ୍ୟ ଜନସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ସ୍ୱାସ୍ଥ୍ୟସେବା ଏବଂ ଆଗଧାଡିର କରୋନା ଯୋଦ୍ଧା ବୁଷ୍ଟର ଡୋଜ ପାଇଛନ୍ତି ବୋଲି ଏକ ସରକାରୀ ସୂତ୍ରରୁ ସୂଚନା ମିଳିଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories