www.samajalive.in
Monday, December 8, 2025
27.1 C
Bhubaneswar

ଡାଲଚିନି ଚା’ର କରାମତି

ଚା’ ପିଇବା ଅନେକ ଲୋକଙ୍କ ଅଭ୍ୟାସ। କେତେକଙ୍କ ଦିନର ଆରମ୍ଭ ଚା’ ପିଇବାରୁ ହିଁ ହୋଇଥାଏ। ତେବେ ଜାଣନ୍ତୁ କେଉଁ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଡାଲଚିନି ତରକାରୀର ସ୍ୱାଦ ବଢାଇବା ସହ ଏହାକୁ ଚା’ଭାବେ ପ୍ରସ୍ତୁତ କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଅନେକ ଉପକାରୀ ହୋଇଥାଏ। ଜାଣନ୍ତୁ..
ଡାଲଚିନି ଚା’ ପିଇବା ଦ୍ୱାରା ଥଣ୍ଡା,କାଶ ଆଦିରୁ ଶରୀରକୁ ରକ୍ଷା କରିଥାଏ।ପାଟି ଦୁର୍ଗନ୍ଧ ଦୂର କରିଥାଏ।
ଡାଲଚିିନି ଚା’ ପିଇବା ଦ୍ୱାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ।
ଡାଲଚିନି ଚା’ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଖୁବ କମ ଥାଏ। ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ କରିଥାଏ।
ଶରୀରର ଯେକୌଣସି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ,ଡାଲଚିନି ଚା’ ନିଶ୍ଚୟ ପିଅନ୍ତୁ। ଏହା ସମସ୍ତ ପ୍ରକାର ଯନ୍ତ୍ରଣା ଦୂର କରିଥାଏ।
ସ୍ମରଣଶକ୍ତି ବୃଦ୍ଧି କରିବାରେ ଡାଲଚିନି ଚା’ ବେଶ ସହାୟକ ହୋଇଥାଏ।
ବଦହଜମି ସମୟରେ ଡାଲଚିନି ଚା’ ପିଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ପେଟ ଯନ୍ତ୍ରଣା ଦୂର ହୋଇଥାଏ।
ଡାଲଚିିନି ଚା’ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଡାଲଚିନିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱଚାର ଚମକ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ଏଥିରେ ଛୋଟ ଖଣ୍ଡ ଅଦା ଓ ଡାଲଚିନି ପକାଇ ୧୦ ମିନିଟ୍‍ ଫୁଟାନ୍ତୁ। ଏବେ ଏହାକୁ ଏକ କପରେ ଛାଣି ସାମାନ୍ୟ ମହୁ ମିଶାଇ ପିଅନ୍ତୁ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories