www.samajalive.in
Sunday, December 7, 2025
15.1 C
Bhubaneswar

ବନ୍ଦହୋଇ ପଡ଼ିଥିବା ବିଦ୍ୟାଳୟଗୁଡିକ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ବେଗୁନିଆ : ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରୁଛନ୍ତି । ସେହିସବୁ ଆଇନକୁ ପ୍ରଶାସନ ହେଳା ନକରି କାର୍ଯ୍ୟକାରୀ କରୁଛି । କିନ୍ତୁ ତାହା କେତେଦୂର ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ ହେଉଛି ତାର ତଦାରଖ କରିବାକୁ କେହି ନାହିଁ । ଏହି କ୍ରମରେ ସରକାର ଯେଉଁ ପ୍ରାଥମିକ ବିଦ୍ୟାଳୟରେ ୨୦ ଜଣରୁ କମ ଛାତ୍ରଛାତ୍ରୀ ଥିଲେ ସେଗୁଡିକ ବନ୍ଦ କରିଦେଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଇଛନ୍ତି । ସେ ସମୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ସୁବିଧା ସୁଯୋଗକୁ ଅଣଦେଖା କରାଯାଇଛି । ବେଗୁନିଆ ବ୍ଲକରେ ୩୫ଟି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଅଭାବ ଦେଖାଇ ପ୍ରଶାସନ ବନ୍ଦ କରି ଦେଇଛି । ଫଳରେ ସମ୍ପୃକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସରକାରଙ୍କର ଏହି ନିୟମ ଯୋଗୁଁ ବହୁ ହଇରାଣ ହରକତ ହୋଇ ବିଦ୍ୟାଳୟଗୁଡିକ ବନ୍ଦ ନକରିବା ପାଇଁ ସେମାନଙ୍କର ଅଭିବାବକମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରି ତାଙ୍କ ଜିଦରେ ଅଟଳ ରହି ବିଦ୍ୟାଳୟଗୁଡିକ ବନ୍ଦ କରି ଦେଇଥିଲେ । ଫଳରେ ଅନ୍ୟ ଉପାୟ ନପାଇ ଛାତ୍ରଛାତ୍ରୀମାନେ ନିକଟସ୍ଥ ବିଦ୍ୟାଳୟ କିମ୍ବା ଅନ୍ୟ ଗ୍ରାମର ବିଦ୍ୟାଳୟକୁ ଯାଇ ପାଠପଢିବା ପାଇଁ ବାଧ୍ୟ ହୋଇଥିଲେ ।

ଅପରପକ୍ଷେ କିଛି ଅଭିବାବକ ସରକାରଙ୍କ ଏହି ନିୟମ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ କୁଞ୍ଜୁରୀ ପଞ୍ଚାୟତର ବରପଦା ଏବଂ ରାଉତପଡା ପଞ୍ଚାୟତର ଠଣାପଲ୍ଲୀ ବିଦ୍ୟାଳୟ ପୁନଃ ଖୋଲିବାରେ ସକ୍ଷମ ହୋଇଥିଲେ । ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ବିଲ୍ଡିଂଗୁଡିକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇତିମଧ୍ୟରେ ବିଡ଼ିଓଙ୍କୁ ହସ୍ତାନ୍ତର କରିଛନ୍ତି । ବିଲ୍ଡିଂଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ପଞ୍ଚାୟତିରାଜ ବିଭାଗକୁ ଦେଇଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଡ଼ିଓଙ୍କୁ ହସ୍ତାନ୍ତର କରିବା ପରେ ସଂପୃକ୍ତ ବିଦ୍ୟାଳୟଗୁଡିକ ଭୂତକୋଠିରେ ପରିଣତ ହୋଇଛି । କେଉଁଠାରେ ଘରଗୁଡିକ ବ୍ୟବହାର ହେଉନଥିବାରୁ ଉଇ ହୁଙ୍କା ଚଢି ନଷ୍ଟ ହୋଇଗଲାଣି ତ ଅନ୍ୟ କେଉଁଠାରେ ବିଲ୍ଡିଂଗୁଡିକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଅନ୍ୟ କେଉଁଠାରେ ତାହା କିଛି ଲୋକମାନଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି ।ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ସରକାରୀ ବିଲଡିଂଗୁଡିକ ଏବେ ଅସୁରକ୍ଷିତ ହୋଇ ପଡିଛି । ଯେଉଁଠାରେ ଅଙ୍ଗନୱାଡି ଗୃହ ନିର୍ମାଣ ହୋଇପାରି ନାହିଁ ସେଠାରେ ଉକ୍ତ ବିଲଡିଂଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ କରିବା ପାଇଁ ସିଡିପିଓ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଡ଼ିଓଙ୍କୁ ଚିଠି କରିଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ବରଂ ଯେଉଁଠାରେ ଅଙ୍ଗନୱାଡି କେନ୍ଦ୍ର ଚାଲୁଛି ସେମାନଙ୍କୁ ଚାବି ଦେବା ପାଇଁ ବାଧ୍ୟ କରାଯାଉଛି। ଫଳରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ସରକାରୀ ବିଲଡିଂଗୁଡିକ ଗ୍ରାମର କିଛି ଅସାମାଜିକ ବ୍ୟକ୍ତିମାନଙ୍କ କବଜାରେ ଥିବାବେଳେ ସେଗୁଡିକ ଅଙ୍ଗନୱାଡିକୁ ହସ୍ତାନ୍ତର ନକରିବା ପଛରେ କଣ ରହସ୍ୟ ରହିଛି ତାହା ଜନ ସାଧାରଣ ଜାଣି ପାରୁନାହାନ୍ତି । ତେଣୁ ଏହି ବିଲଡିଂଗୁଡିକର ସୁରକ୍ଷା ପାଇଁ ଏଠାରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ ହେଲେ ବିଲଡିଂଗୁଡିକ ସୁରକ୍ଷିତ ରହି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories