www.samajalive.in
Monday, December 8, 2025
27.1 C
Bhubaneswar

ଅଳିଆ ଭାବି ପକାନ୍ତୁ ନାହିଁ ଏସବୁ ଚୋପା ; ଭିଟାମିନ୍‍ର ଭଣ୍ଡାର

ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ପନିପରିବା ଆଦି କାଟି ସାରିବା ପରେ ଏହାର ଚୋପାକୁ ଅଳିଆ ଭାବି ଫୋପାଡି ଦେବା ସାଧାରଣ କଥା। ମାତ୍ର ବାସ୍ତବରେ ଏହା କେତେ ଦୂର ଠିକ ଜାଣନ୍ତୁ। ପୁରାତନ କାଳରେ ପନିପରିବାର କୌଣସି ଅଂଶକୁ ନ ଫୋପାଡି ଏହାକୁ ବ୍ୟବହାର କରାଯାଇଥାଏ।
ପନିପରିବାର ପ୍ରତ୍ୟେକ ଅଂଶରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏପରିକି ପିଆଜ ଓ ରସୁଣ ଚୋପାରେ ମଧ୍ୟ। ପିଆଜ,ରସୁଣର ଚୋପାରେ ଭିଟାମିନ ଏ,ସି,ଇ ଓ ଅନ୍ୟ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ପିଆଜ ଚୋପାରେ ମୁଖ୍ୟ ଭାବେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ରହିଛି। ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଓ ବ୍ୟବହାର କରିବାର ଶୈଳୀ ବିଷୟରେ ଜାଣିବା ପରେ ଫୋପାଡିବା ପୂର୍ବରୁ ଥରେ ନିଶ୍ଚୟ ଚିନ୍ତା କରନ୍ତୁ।
ପିଆଜର ଚୋପାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମାଂସପେଶୀରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ। ପିଆଜ ଚୋପାକୁ ୧୦ -୨୦ ମିନିଟ ଯାଏଁ ପାଣିରେ ପକାଇ ଫୁଟାନ୍ତୁ। ଏହାକୁ ଛାଣି ରାତିରେ ଶୋଇବା ପୂର୍ବରୁ ଚା’ଭଳି ପିଅନ୍ତୁ।
ପିଆଜ ଓ ରସୁଣ ଚୋପାରେ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହା ତ୍ୱଚାର ଅନେକ ସମସ୍ୟା ଯେଭଳି କୁଣ୍ଡାଇ ହେବା,ଲାଲ ଦାଗ ସୃଷ୍ଟି ହେବା ଆଦିକୁ କମ କରିଥାଏ।
ଯେଉଁମାନଙ୍କର ଅନିଦ୍ରା ଭଳି ସମସ୍ୟା ରହିଛି ଏହାସହ ବାରମ୍ବାର ରାତିରେ ନିଦ ଭାଙ୍ଗୁଛି,ସେମାନଙ୍କ ପାଇଁ ପିଆଜ ଓ ରସୁଣ ଚୋପାର ଚା’ ଖୁବ ଉପକାରୀ ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ହୋଇ ଉତ୍ତମ ନିଦ ହୋଇଥାଏ।
ପିଆଜ ଓ ରସୁଣ ଚୋପାରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଏ ରହିଛି। ଏହି ଦୁଇ ଭିଟାମିନ ଚକ୍ଷୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ପିଆଜ ଓ ରସୁଣ ଚୋପା ଚା’ର ସେବନ କରନ୍ତୁ।
ଏଭଳି କରନ୍ତୁ ପ୍ରସ୍ତୁତ..
୩ କିମ୍ବା ୪ଟି ପିଆଜର ଚୋପା
୨ କପ ପାଣି
୧ ଚାମଚ ମହୁ
ପ୍ରଥମେ ପିଆଜ ଚେ।ପାକୁ ଧୋଇ ଗ୍ୟାସରେ ଏକ ପାତ୍ର ବସାଇ ପାଣି ରଖି ଚୋପାକୁ କିଛି ସମୟ ଫୁଟାନ୍ତୁ। ପାଣି ରଙ୍ଗ ଗାଢ ହେବା ପରେ ଏକ କପକୁ ଛାଣି ଅଳ୍ପ ମହୁ ମିଶାଇ ପିଅନ୍ତୁ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories