www.samajalive.in
Monday, December 8, 2025
27.1 C
Bhubaneswar

‘ଦି ଘୋଷ୍ଟ’: ସୁଟ୍‌ ବୁଟ୍‌ରେ ନାଗାର୍ଜୁନଙ୍କ ଆକ୍ସନ ଦେଖି ପ୍ରଶଂସକ ଉତ୍ସାହିତ

ମୁମ୍ବଇ: ନାଗାର୍ଜୁନ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି। ନାଗାର୍ଜୁନଙ୍କ ସାଉଥ୍‌ ଫିଲ୍ମର ହିନ୍ଦୀ ଭାଷାନ୍ତରକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ତେବେ ଇତି ମଧ୍ୟରେ ନିଜ ପ୍ରଶଂସକଙ୍କ ପାଇଁ ଏକ ଜବରଦସ୍ତ ଚଳଚ୍ଚିତ୍ର ନେଇ ଆସୁଛନ୍ତି ନାଗାର୍ଜୁନ, ଯାହାର ନାଁ ରହିଛି ‘ଦି ଘୋଷ୍ଟ’। ଏହି ଚଳଚ୍ଚିତ୍ରର ଟିଜର୍‌ ରବିବାର ରିଲିଜ୍‌ ହୋଇଛି। ଟିଜରକୁ ଦର୍ଶକଙ୍କ ବହୁ ମାତ୍ରର ଭଲପାଇବା ମିଳିଛି। ଏଥିରେ ଅଭିନେତାଙ୍କ ଶୈଳୀ ଓ ଆକ୍ସନ ଦୃଶ୍ୟର ଝଲକ୍‌ ଦେଖି ଦର୍ଶକ ଉତ୍ସାହିତ ହୋଇ ପଡ଼ିଛନ୍ତି।

୪୯ ସେକେଣ୍ଡର ଏହି ଟିଜର ଜବରଦସ୍ତ ଆକ୍ସନ ସହ ଆରମ୍ଭ ହୋଇଛି। ନାଗାର୍ଜୁନଙ୍କ ଦୁଇ ହାତରେ ଅସ୍ତ୍ର ଓ ତାଙ୍କ ସାମ୍ନାରେ ଏକ ଗ୍ୟାଙ୍ଗ୍‌ ଠିଆ ହୋଇଛନ୍ତି। ସେମାନଙ୍କୁ ସେ ଏକୁଟିଆ ସାମ୍ନା କରିଛନ୍ତି। ଶେଷରେ ନାଗାର୍ଜୁନଙ୍କ ମୁହଁର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି। ସୁଟ୍ ବୁଟ୍ ପିନ୍ଧି ଅଭିନେତା ତାଙ୍କ କ୍ରୋଧିତ ଅବତାରରେ ମଧ୍ୟ ଚମତ୍କାର ଦେଖା ଯାଉଛନ୍ତି।

- Advertisement -

‘ଦି ଘୋଷ୍ଟ’ରେ ନାଗାର୍ଜୁନଙ୍କ ସହ ଅଭିନେତ୍ରୀ ସୋନଲ ଚୌହାନଙ୍କୁ ଦେଖିବାକୁ ମିଳିବ। ପ୍ରାୟ ୫୦ରୁ ୬୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ମୁକ୍ତିଲାଭ କରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories