www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ

ଷ୍ଟକ୍‍ହୋମ : ଦୁଇ ଆମେରିକୀୟ ଅର୍ଥନୀତିଜ୍ଞ ୱିଲିୟମ ନୋରଧାଉସ୍‍ ଏବଂ ପଲ ଏମ୍‍ ରୋମେର ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନୋରଧାଉସ୍‍ ୟାଲେ ବିଶ୍ୱବିଦ୍ୟାଳୟରେ ଏବଂ ରୋମେର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ରୟାଲ ସ୍ୱିଡିଶ୍‍ ଏକାଡେମୀ ଅଫ ସାଇନ୍ସର ଘୋଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ସହ ବୈଷୟିକ ଜ୍ଞାନକୌଶଳରେ ପରିବର୍ତ୍ତନ ଓ ସୂକ୍ଷ୍ମ ଅର୍ଥଶାସ୍ତ୍ର (ମାଇକ୍ରୋ ଇକୋନୋମିକ୍ସ) ଉପରେ ଏହାର ପ୍ରଭାବର ବିଶ୍ଲେଷଣ ପାଇଁ ନୋରଧାଉସ୍‍ ଏବଂ ରୋମେରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଉଭୟ ଏହି ବିଶ୍ଲେଷଣ ମାଧ୍ୟମରେ ପ୍ରକୃତି ଏବଂ ବଜାର ଅର୍ଥନୀତି ମଧ୍ୟରେ ସମ୍ପର୍କର ଏକ ମଡେଲ ପ୍ରସ୍ତୁତ କରିଛନ୍ତି। ଏଥିରେ ଜୟବାୟୁ ପରିବର୍ତ୍ତନ ଦ୍ୱାରା ଅର୍ଥନୀତିରେ ହେଉଥିବା କ୍ଷୟକ୍ଷତିକୁ ରୋକିବାର ବାଟ କୁହାଯାଇଛି। ପୁରସ୍କାର ରାଶି ଭାବେ ଉଭୟଙ୍କୁ ୧୦.୧ ନିୟୁତ ଆମେରିକୀୟ ଡଲାର ମିଳିବ। ଏହା ପୂର୍ବରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେନୀୟ ଯୋଗଦାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି। ତେବେ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories