ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ
ନୂଆଦିଲ୍ଲୀ : ବିଜେଡିର ଦୁଇ ନୂଆ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭା ସଭ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଦୁଇ ଓଡ଼ିଆ ସାଂସଦ ମାତୃଭାଷାରେ ଶପଥ ପାଠ କରିଥିଲେ । ରାଜ୍ୟସଭା ପରିସରରେ ଦିନ ୧୧ଟା ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍.ଭେଙ୍କେୟା ନାଇଡୁ ଏହି ଦୁଇ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଥିଲେ। ସୂଚନା ଥାଉକି, ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।
ସେହିଭଳି ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶି ପୂର୍ବରୁ ଶପଥ ଗ୍ରହଣ କରିସାରିଛନ୍ତି । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ସସ୍ମିତ ପାତ୍ର ଶପଥ ନେବେ ବୋଲି ଜଣାପଡିଛି ।
Comments are closed.