www.samajalive.in
Tuesday, December 9, 2025
16.1 C
Bhubaneswar

୧୨ ଲକ୍ଷ ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବାକୁ ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର . – ୧୨ ଲକ୍ଷ ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବାପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘୋଷଣା କରିଛନ୍ତି ।  ୧୨ ଲକ୍ଷ ଚାଷୀ ଏବେ ବର୍ଷକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରି ପାରିବେ । ଏକ ନିର୍ବାଚନ ରାଲିରେ ସମ୍ବୋଧନ କରିବା ସମୟରେ ବସୁନ୍ଧରା ରାଜେ ଏହି ଘୋଷଣା କରିଛନ୍ତି ।

ଏବେ ଚାଷୀମାନେ ନିଜ ବିଦ୍ୟୁତ ଦେୟ ଦାଖଲ କରିବେ । ପରେ ତାଙ୍କ ବ୍ୟାଙ୍କ ଖାତାକୁ ୮୩୩ ଟଙ୍କା ଫେରସ୍ତ ଆସିବ । ସିଧାସଳଖ  ଟଙ୍କା  ଟ୍ରାନସ୍‌ଫର ଯୋଜନାରେ ଏହି ଟଙ୍କା ଆସିବ ।

- Advertisement -

ରାଜସ୍ଥାନ ଶକ୍ତି ବିଭାଗ ଏ ନେଇ ଯାଜପୁର, ଆଜମିର ଓ ଯୋଧପୁରରେ ଥିବା ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀମାନଙ୍କୁ ନିର୍ଦେଶ ଜାରି କରିଛି ।

କଂଗ୍ରେସ ପୂର୍ବରୁ କ୍ଷମତାକୁ ଆସିଲେ କୃଷକମାନଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ବସୁନ୍ଧରା ରାଜେଙ୍କ ଘୋଷଣା ପରେ , ରାଜ୍ୟ ସରକାର  କାହିଁକି  ଆଗରୁ ଏହା ଘୋଷଣା କରୁ ନଥିଲେ  ବୋଲି କଂଗ୍ରେସ ପାଲଟା ପ୍ରଶ୍ନ  କରିଛି ।  ବିଜେପି ସରକାର ରାଜସ୍ଥାନରେ  ୩ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଥିବା ବେଳେ ଲୋକ ବିଦ୍ୟୁତ କାଟରୁ ତ୍ରାହି ପାଇ ନଥିବା  କଂଗ୍ରେସ ପକ୍ଷୁର ଅଭିଯୋଗ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories