www.samajalive.in
Monday, December 8, 2025
17.1 C
Bhubaneswar

ବିବାଦ ସତ୍ତ୍ବେ ଟ୍ରମ୍ପଙ୍କ ମନୋନୀତ ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟ ବିଚାରପତି

ୱାଶିଂଟନ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନୋନୀତ ପ୍ରାର୍ଥୀ ବ୍ରେଟ କାଭାନୌ ଆମେରିକା ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବ୍ରେଟଙ୍କ ମନୋନୟନକୁ ନେଇ ବିବାଦ ଦେଖାଯିବା ସହ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସତ୍ତ୍ବେ ଶନିବାର ସେ ସୁପ୍ରିମକୋର୍ଟର ୧୧୪ତମ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜନ୍‍ ରବର୍ଟସ ତାଙ୍କୁ ସାମ୍ବିଧାନିକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବ୍ରେଟଙ୍କ ମନୋନୟନକୁ ନେଇ ବିବାଦ ଦେଖାଯାଇଥିବାବେଳେ ସିନେଟ୍‍ରେ ସଂଖ୍ୟାଧିକ ସଦସ୍ୟ ତାଙ୍କ ନାମକୁ ଅନୁମୋଦନ କରିଥିଲେ। ବ୍ରେଟଙ୍କୁ ନେଇ ସିନେଟ୍‍ରେ ବିଭାଜନ ସୃଷ୍ଟି ହୋଇଥିବାବେଳେ ୫୦ ସଦସ୍ୟ ତାଙ୍କ ନାମକୁ ଅନୁମୋଦନ କରିଥିବାବେଳେ ୪୮ଜଣ ବିରୋଧ କରିଥିଲେ।
ବ୍ରେଟ୍‍ କାଭାନୌ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ଡେମୋକ୍ରାଟଙ୍କୁ ସମାଲୋଚନା କରିଛନ୍ତି। କାଭାନୌଙ୍କ ବିରୋଧରେ ଅନେକ ଯୌନ ନିର୍ଯାତନା ମାମଲା ରହିଥିବାରୁ ଏହାକୁ ନେଇ ତାଙ୍କ ନିଯୁକ୍ତିକୁ ବିରୋଧ କରାଯାଇଥିଲା। ତେବେ ଏ ସବୁ ଅଭିଯୋଗକୁ ସେ ଅଗ୍ରାହ୍ୟ କରିଛନ୍ତି। କାଭାନୌଙ୍କ ନିଯୁକ୍ତିକୁ ନେଇ ଶାସକ ରିପବ୍ଲିକାନ ଓ ବିରୋଧୀ ଡେମୋକ୍ରାଟଙ୍କ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗି ରହିଥିଲା। ତେବେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଜନୈକ ପ୍ରଫେସର କ୍ରିଷ୍ଟାଇନ ଫର୍ଡ ଆଣିଥିବା ଯୌନ ନିର୍ଯାତନା ଉପରେ ତଦନ୍ତ ନିର୍ଦେଶ ଦିଆଯାିଥିଲା। ଶେଷ ସମୟରେ ଏଫବିଆଇ କାଭାନୌଙ୍କ ବିରୋଧରେ ଆସିଥିବା ଅଭିଯୋଗ ତଦନ୍ତ କରି ସିନେଟ୍‍ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଇଥିଲା। ତେବେ ପ୍ରଫେସର ଫର୍ଡଙ୍କ ଯୌନ ନିର୍ଯାତନା ଅଭିଯୋଗର କୌଣସି ସତ୍ୟାସତ୍ୟ ନଥିବା ନେଇ ଏଫବିଆଇ ଏହାର ରିପୋର୍ଟରେ ଦର୍ଶାଇଥିଲା। କାଭାନୌ ସୁପ୍ରିମକୋର୍ଟର ଦ୍ୱିତୀୟ ବିଚାରପତି ଯିଏ କି ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories