www.samajalive.in
Tuesday, December 9, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପ୍ରସ୍ତାବକୁ ଶାବରୀମାଳା ମୁଖ୍ୟ ପୂଜକଙ୍କ ଅଗ୍ରାହ୍ୟ, ବିଜେପିର ବନ୍ଦପାଳନ

ତିରୁଅନନ୍ତପୁରମ୍‍ : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କେରଳ ସରକାର କାର୍ଯ୍ୟକାରୀ କରିବା ପରେ ଅଡୁଆରେ ପଡିଛନ୍ତି। ରାଜ୍ୟ ସରକାର ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ଭକ୍ତ ଓ ପୂଜକମାନେ ବିରୋଧ କରିଛନ୍ତି। ଏପରି ବିରୋଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏକ ବୈଠକ ଡକାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉପରେ ତର୍ଜମା କରିବାକୁ ମୁଖ୍ୟମନ୍ତ୍ରୀ ସୋମବାର ଡକାଇଥିବା ବୈଠକକୁ ଯିବା ଲାଗି ଶାବରୀମାଳା ମନ୍ଦିରର ମୁଖ୍ୟ ପୂଜକ (ତନ୍ତ୍ରି) ମନା କରିଦେଇଛନ୍ତି। ମୁଖ୍ୟ ପୂଜକ ମୋହନାରୁ ଖଣ୍ଡାରୌ କହିଛନ୍ତି ଯେ ସରକାର ପ୍ରଥମେ ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ ଦାଖଲ କରୁନ୍ତି। ତା’ ସରକାରଙ୍କ ସହ ଯାହା କିଛି ଆଲୋଚନା କରାଯିବ। ମହିଳାଙ୍କ ପ୍ରବେଶ ଅନୁମତି ପ୍ରଦାନ ପୂର୍ବକ ସୁପ୍ରିମକୋର୍ଟ ଦେଇଥିବା ରାୟର ସମୀକ୍ଷା ଲାଗି ରିଭ୍ୟୁ ପିଟିସନ ଦାୟର କରିବାକୁ ଭକ୍ତ ଓ ପୂଜକମାନେ ଦାବି କରିଛନ୍ତି। ଶାବରୀମାଳା ମନ୍ଦିରରେ ମୁଖ୍ୟ ପୂଜକଙ୍କ ନିର୍ଦେଶ ସର୍ବମାନ୍ୟ। ମୁଖ୍ୟ ପୂଜକ କହିଛନ୍ତି ଯେ ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବା ଦ୍ୱାରା ମନ୍ଦିରର ପବିତ୍ରତା ନଷ୍ଟ ହୋଇଯାଇଛି। ସେହିପରି ମନ୍ଦିରରେ ମହିଳା ପୁଲିସ ମୁତୟନ କରାଯିବା ଦ୍ୱାରା ମନ୍ଦିରର ପରମ୍ପରା ନଷ୍ଟ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଲୋକନାଥ ବେହେରା କହିଛନ୍ତି ମନ୍ଦିର ପରିସରରେ ୬୦୦ ମହିଳା ପୁଲିସ ମୁତୟନ କରାଯିବ। ଏହି ଘଟଣାରେ ମନ୍ଦିରର ପ୍ରତିଷ୍ଠାତା ପାଣ୍ଡାଲମ୍‍ ରାଜ ପରିବାର ମଧ୍ୟ ମୁଖ୍ୟ ପୂଜକଙ୍କ ଉଦ୍‍ବେଗକୁ ସମର୍ଥନ ଜଣାଇଛନ୍ତି। ପାଣ୍ଡାଲମ୍‍ ରାଜ ପରିବାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି।
ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ରବିବାର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବନ୍ଦପାଳନ କରାଯାଇଛି। ପାଥନମଥିଟ୍ଟା ଜିଲାରେ ଏହି ବନ୍ଦ ପାଳନ କରାଯାଇଛି। ଶନିବାର କୋଟ୍ଟାୟମ୍‍ ଜିଲାରେ ମଧ୍ୟ ବନ୍ଦ ପାଳନ କରାଯାଇଥିଲା। ଶନିବାର ବନ୍ଦ ପାଳନରେ ପାଣ୍ଡାଲମ୍‍ ରାଜ ପରିବାରର ସଦସ୍ୟ ଶଶିକୁମାର ବର୍ମା ଓ ପୂଜକ ରାଜୀଭାରୁ ଖଣ୍ଡାରୌ ସାମିଲ ହୋଇଥିଲେ। କଂଗ୍ରେସ ମଧ୍ୟ ଏହି ଘଟଣାରେ ସିପିଆଇ(ଏମ୍‍) ନେତୃତ୍ୱ ବାମ ସାମ୍ମୁଖ୍ୟ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛି। କଂଗ୍ରେସ କହିଛି ଯେ ଦଳ ଲୋକଙ୍କ ବିଶ୍ୱାସକୁ କୁଠାରଘାତ ହେବାକୁ ଦିଆଯିବ ନାହିଁ। ବିଜେପି କହିଛି ଯେ ସରକାର ଲୋକଙ୍କ ଧାର୍ମିକ ବିଶ୍ୱାସକୁ କୁଠାରଘାତ କରିଛନ୍ତି। କୌଣସି ଦଳର ନାମ ନ ନେଇ କେରଳ ସରକାରଙ୍କ ମନ୍ଦିର ବ୍ୟାପାର ମନ୍ତ୍ରୀ ସୁରେନ୍ଦ୍ରନ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ନେଇ ରାଜନୀତି କରୁଛନ୍ତି। ସେପ୍ଟେମ୍ବର ୨୮ରେ ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣାକୁ ଉଠାଇ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories