www.samajalive.in
Tuesday, December 9, 2025
17.1 C
Bhubaneswar

ଗୁଜରାଟରେ ବ୍ୟାପୁଛି ହିନ୍ଦୀଭାଷୀ ବିରୋଧୀ ହିଂସା

ଅହମ୍ମଦାବାଦ : ଉତ୍ତର ଗୁଜରାଟରେ ହିନ୍ଦୀଭାଷୀ ବିରୋଧୀ ହିଂସାକାଣ୍ଡ ତୀବ୍ର ହୋଇଛି। ସାବରକନ୍ଥା, ମେହସାନା, ଗାନ୍ଧୀନଗର, ଅହମ୍ମଦାବାଦ ଭଳି ସ୍ଥାନରେ ‘ଠାକୁର ସେନା’ ନାମକ ସଂଗଠନର ଧମକରେ ଆତଙ୍କିତ ହୋଇ ଜୀବିକା ଉପାର୍ଜନ ପାଇଁ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶରୁ ଆସିଥିବା ହିନ୍ଦୀଭାଷୀ ଶ୍ରମିକ ଜୀବନ ବିକଳରେ ଘରକୁ ଫେରି ଆସୁଛନ୍ତି। ଏକ ବଳାତ୍କାର ମାମଲାରେ ସ୍ଥାନୀୟ ଲୋକେ ଉତ୍ତର ଭାରତୀୟଙ୍କ ଉପରେ ଆଖିବୁଜା ଆକ୍ରମଣ କରିବା ସହ ୮ତାରିଖ ସୁଦ୍ଧା ଗୁଜରାଟ ଛାଡ଼ିବା ପାଇଁ ଚେତାବନୀ ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସବରକନ୍ଥା ଜିଲାରେ ସେପ୍ଟେମ୍ବର ୨୮ରେ ଠାକୁର ସମ୍ପ୍ରଦାୟର ଏକ ୧୪ମାସର ଶିଶୁକୁ ରବୀନ୍ଦ୍ର ସାହୁ ନାମକ ଜଣେ ବିହାରୀ ଶ୍ରମିକ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷକରି ହିନ୍ଦୀଭାଷୀ ଶ୍ରମିକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହା ପରଠାରୁ ଅହମ୍ମଦାବାଦ ସମେତ ସମଗ୍ର ଉତ୍ତର ଗୁଜରାଟରେ ବସବାସ କରୁଥିବା ଉତ୍ତର ଭାରତୀୟ ଶ୍ରମିକଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ସହ ଝୁମ୍ପୁଡ଼ିରେ ଥିବା ସେମାନଙ୍କ ଘର ପୋଡ଼ି ଦିଆଯାଉଛି। ‘ଠାକୁର ସେନା’ର ସଦସ୍ୟମାନେ ଖୋଜିଖୋଜି ଅଣ-ଗୁଜରାଟୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କୁ ତୁରନ୍ତ ରାଜ୍ୟ ଛାଡ଼ି ଚାଲିଯିବାକୁ ଧମକ ଦେଉଛନ୍ତି। ସାମାଜିକ ଗଣମାଧ୍ୟମରେ କିଛି ଅସମାଜିକ ଶକ୍ତି ଅନ୍ୟ ରାଜ୍ୟର ଶ୍ରମିକଙ୍କ ଯୋଗୁଁ ଗୁଜରାଟର ମହିଳା ଅସୁରକ୍ଷିତ ହୋଇପଡ଼ିଥିବାର ମନଗଢ଼ା ଖବର ପ୍ରସାରିତ କରିଚାଲିଛନ୍ତି। ଏହାକୁ ନେଇ ହିଂସାକାଣ୍ଡ ବ୍ୟାପୁଛି। ଇତିମଧ୍ୟରେ ସାବରକନ୍ଥା, ମେହସାନା, ଗାନ୍ଧୀନଗର, ଅହମ୍ମଦାବାଦ ଭଳି ସ୍ଥାନରେ ୨୫ରୁ ଅଧିକ ହିସାକାଣ୍ଡ ଘଟିଲାଣି। ପ୍ରତି ଅଞ୍ଚଳରେ ଗୋଟିଏ ଲେଖାଏଁ ୫-୬ଜଣିଆ ଗୋଷ୍ଠୀ ଏଭଳି ଆକ୍ରମଣ ଚଳାଇଛନ୍ତି। ଅକ୍ଟୋବର ୮ସୁଦ୍ଧା ଗୁଜରାଟ ନ ଛାଡ଼ିଲେ ପରିଣାମ ଭୟଙ୍କର ହେବ ବୋଲି ସେମାନେ ହିନ୍ଦୀଭାଷୀ ଶ୍ରମିକଙ୍କୁ ଧମକ ଦେଉଛନ୍ତି। ଏଥିରେ ଶ୍ରମିକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ରାଜ୍ୟ ପୁଲିସ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ହୋଇଥିବା ଉଦ୍ୟମରୁ ସୁଫଳ ମିଳିନାହିଁ। ପୁଲିସ ଇତିମଧ୍ୟରେ ୨୨୦ ଆକ୍ରମଣକାରୀଙ୍କୁ ଗିରଫ କଲାଣି।
ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଉଠିଛି। ଶାସକ ବିଜେପି ବିରୋଧୀ କଂଗ୍ରେସ ଉପରେ ଏଥିନେଇ ଆକ୍ରମଣ ଚଳାଇଛି। ଠାକୁର ସେନା କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁରଙ୍କ ନେତୃତ୍ୱାଧୀନ ସଂଗଠନ। ଅଳ୍ପେଶଙ୍କ କହିବାନୁାୟୀ, ଗୁଜରାଟରେ ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି; ଯାହା ପ୍ରଚାର ହେଉଛି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଠାକୁର ସେନା କୌଣସି ହିଂସାକାଣ୍ଡରେ ସମ୍ପୃକ୍ତ ନୁହେଁ। ଅପରପକ୍ଷରେ ଅଣ-ଗୁଜରାଟୀଙ୍କ ଉପରେ ଆକ୍ରମଣ ରାଜ୍ୟର ଶାନ୍ତ ପରିବେଶକୁ ନଷ୍ଟ କରିଦେଉଛି; ଅଯଥା ଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି ବୋଲି ରାଜ୍ୟ ବିଜେପି ଉପସଭାପତି ଆଇ.କେ ଝା କହିଛନ୍ତି। ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ ମଧ୍ୟ କଂଗ୍ରେସ ଅଣ-ଗୁଜରାଟୀ ହିଂସାକୁ ଉସୁକାଉଥିବା ଅଭିଯୋଗ କରିଛନ୍ତି। ହାର୍ଦିକ ପଟେଲଙ୍କ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେଜସ୍ୱୀ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅନ୍ୟରାଜ୍ୟରେ ବିହାରୀଙ୍କ ସୁରକ୍ଷା ପାଇଁ ସେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories