www.samajalive.in
Thursday, December 11, 2025
26.1 C
Bhubaneswar

ମିଗ-୨୯ର ଅତ୍ୟାଧୁନିକୀକରଣ, ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ହେଲା ସହଜ

ନୂଆଦିଲ୍ଲୀ : କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନକୁ ଧୂଳି ଚଟାଇଥିବା ମିଗ-୨୯ ଯୁଦ୍ଧ ବିମାନର ଅତ୍ୟାଧୁନିକୀକରଣ (ଅପଗ୍ରେଡ଼) କରାଯାଇଛି। ଅପଗ୍ରେଡ ପରେ ମିଗ-୨୯ ଯୁଦ୍ଧ ବିମାନର ବେଗ ଏବଂ ଶକ୍ତି ସହ ମାରକ କ୍ଷମତା ଅନେକ ଗୁଣା ବଢିଯାଇଛି। ଫଳରେ ଯୁଦ୍ଧ ବିମାନ ଅଭାବରେ ଯୁଝି ହେଉଥିବା ଭାରତୀୟ ବାୟୁସେନାକୁ ଆଶ୍ୱସ୍ଥି ମିଳିଛି। ଏହାଦ୍ୱାରା ପାକିସ୍ତାନ ଏବଂ ଚୀନ ସଂଲଗ୍ନ ସୀମା ଉପରେ ଦୃଷ୍ଟି ରଖିବା ପାଇଁ ଭାରତୀୟ ବାୟୁସେନାକୁ ଅତି ସହଜ ହେବ ବୋଲି କୁହାଯାଉଛି। ଆଦମପୁର ବାୟୁସେନା ଘାଟିରେ ମୁତୟନ ଫ୍ଲାଇଟ୍‍ ଲେଫ୍ଟେନାଣ୍ଟ କରନ କୋହଲି କହିଛନ୍ତି ଯେ ରୁଷ ଦ୍ୱାରା ନିର୍ମିତ ମିଗ-୨୯ ବିମାନ ଅପଗ୍ରେଡ ହୋଇଛି। ଏବେ ଏହି ବିମାନ ମଝି ଆକଶରେ ଇନ୍ଧନ ଭରିପାରିବ। ଏହାସହ ମିଗ-୨୯ ଯୁଦ୍ଧ ବିମାନ ଏକସଙ୍ଗେ ଏକରୁ ଅଧିକ ଦେଶରେ ଆକ୍ରମଣ କରିବାରେ ସକ୍ଷମ ହୋଇପାରିଛି। ଏଥିରେ ମଲ୍ଟି ଫଙ୍କଶନାଲ ଡିସପ୍ଲେ ଲଗାଯାଇଛି। ଚୀନ ଏବଂ ପାକିସ୍ତାନ ଉପରେ ଦୃଷ୍ଟି ରଖିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନାକୁ ହରାଇବାରେ ମିଗ-୨୯ ଯୁଦ୍ଧ ବିମାନର ଉଲ୍ଲେଖଯୋଗ୍ୟ ଯୋଗଦାନ ରହିଛି। ୧୫ ହଜାର ଫୁଟ୍‍ ଉଚ୍ଚରେ ଶତ୍ରୁର ଯୁଦ୍ଧ ବିମାନକୁ ନଷ୍ଟ କରିବାରେ ଏହା ସକ୍ଷମ। ଗତ ସପ୍ତାହରେ ଆଦମପୁର ବାୟୁସେନା ଘାଟିରେ ମିଗ-୨୯ ଅପଗ୍ରେଡେଡ୍‍ ଭର୍ସନର ପ୍ରଦର୍ଶନ କରାଯାଇଥିଲା। ସୋମବାର ବାୟୁସେନା ଦିବସ ପାଳନରେ ଏହାକୁ ପୁନଃ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି। ଅପଗ୍ରେଡେଡ୍‍ ମିଗ-୨୯କୁ ଆକାଶରୁ ଆକାଶ, ଅକାଶରୁ ଭୂପୃଷ୍ଠ ଏବଂ ଆକାଶରୁ ସମୁଦ୍ର ମଧ୍ୟରେ ଥିବା ଯୁଦ୍ଧ ଜାହାଜ ବିରୋଧୀ ଅଭିଯାନ କ୍ଷେତ୍ରରେ ବ୍ୟବହାର କରିହେବ। ମିଗ-୨୯ରେ ଅତ୍ୟାଧୁନିକୀକରଣ ମଧ୍ୟରେ ମଲ୍ଟି ଫଙ୍କଶନାଲ ଡିସପ୍ଲେ (ଏମ୍‍ଏଫଡ଼ି), ଡିଜିଟାଲ ସ୍କ୍ରିନିଂ ଏବଂ ଗ୍ଲାସ୍‍ର କକ୍‍ପିଟ୍‍ ରହିଛି।
ପ୍ରକାଶ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧୨ରେ ବାୟୁସେନା ମୁଖ୍ୟ ମ।।ର୍ଶାଲ ବିଏସ୍‍ ଧନୋଆ କହିଥିଲେ ଯେ ବାୟୁସେନା ଯୁଦ୍ଧ ବିମାନ ଅଭାବ ମଧ୍ୟରେ ଗତି କରୁଛି। ବାୟୁସେନାକୁ ୪୨ ସ୍କ୍ୱାର୍ଡନ ଯୁଦ୍ଧ ବିମାନର ଆବଶ୍ୟକତା ଥିବାବେଳେ ଆମ ପାଖରେ ଏବେ ମାତ୍ର ୩୧ ସ୍କ୍ୱାର୍ଡନ ଯୁଦ୍ଧ ବିମାନ ରହିଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories