www.samajalive.in
Tuesday, December 9, 2025
16.1 C
Bhubaneswar

ଦୁଇ ନଳକୂଅ ଅଚଳ, ଝରଣା ପାଣି ମେଣ୍ଟାଉଛି ଶୋଷ

କଲମପୁର : ଗାଁରେ ଦୁଇ ଦୁଇଟି ନଳକୂଅ ଥିଲେ ମଧ୍ୟ ସେ ସବୁ ଅଚଳାବସ୍ଥାରେ ପଡି ରହିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ  ବିଭାଗ ତରଫରୁ ଏହାର ମରାମତି ଦିଗରେ ଦିଆ ଧ୍ୟାନ ଯାଇନାହିଁ । ଯେଉଁଥିପାଇଁ ଗାଁ ଲୋକେ ପିଇବା, ଘରେ ରୋଷେଇ କରିବା ସହ ସ୍ନାନ ଶୌଚ ପାଇଁ ଝରଣା ପାଣି ବ୍ୟବହାର କରୁଛନ୍ତି । ଯାହାକୁ ଜଙ୍ଗଲ ଜନ୍ତୁ, ଗୃହ ପାଳିତ ପଶୁ ଆଦିଙ୍କ ସମେତ ମଣିଷ ବ୍ୟବହାର କରୁଛନ୍ତି। ଏଭଳି ଏକ ଗାଁ ହେଉଛି ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପୋଖରୀଗୁଡା ମାଝିପଡାର ବିକାଶର ଚିତ୍ର।

୪୫ ଗୋଟି ଆଦିବାସୀ ପରିବାରର ପ୍ରାୟ ୨ଶହରୁ ଅଧିକ ଜନ ସଂଖ୍ୟା ଥିବା ଏହି ପଡା ପାଇଁ ଦୁଇ ଗୋଟି ନଳକୂଅର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ନଳକୂଅ ଖୋଳିବାରେ ଅବହେଳା କରାଯାଇଥିବାରୁ ନଳକୂଅ ଖୋଳିବାର ଅଳ୍ପ ଦିନ ପରେ ଅଚଳ ହେଇ ପଡିଥିଲା। ଏହାକୁ ମରାମତି କରାଇବା ପାଇଁ ଗ୍ରାମବାସୀଙ୍କ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ଦୌଡିଥିଲେ ମଧ୍ୟ କେହି ଅଧିକାରୀ ଶୁଣିନଥିଲେ ବୋଲି ଅଭିଯୋଗ ହୋଇଛି । ଯାହାରି ଫଳରେ ଗ୍ରାମବାସୀ ପିଇବା ପାଇଁ ବିଶୁଦ୍ଧ ଜଳ ପରିବର୍ତ୍ତେ ଅପରିଷ୍କାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ଏହି ଅଞ୍ଚଳରେ ଝାଡା ବାନ୍ତି ରୋଗ ବ୍ୟାପିଥିଲା। ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ବିଶୁଦ୍ଧ ପାନୀୟ ଜଳର ଅଭାବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା।

- Advertisement -

ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଓ ଦଳିତଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା ଘୋଷଣା କରୁଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଛି । କିନ୍ତୁ ଆଦିବାସୀର ବିକାଶ ବିଗତ ଦିନରେ ଯେଉଁଠି ଥିଲା ଆଜି ମଧ୍ୟ ସେଇଠି ଅଟକି ରହିଛି। ନିକଟରେ ରାଜ୍ୟ ସରକାର ‘ଆମ ଗାଁ ଆମ ବିକାଶ’ ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଲେ। କିନ୍ତୁ ଏହି ଯୋଜନାରେ କେବଳ ଗାଁ ପୋଖରୀରେ ଗାଧୁଆ ତୁଠ, ଗୋଷ୍ଠି ଘର, ମନ୍ଦିର ନିର୍ମାଣ ଆଦି ପାଇଁ ଅନୁଦାନ ଯୋଗାଇ ଦେଲେ। କିନ୍ତୁ କେଉଁଠି ପାନୀୟ ଜଳ, ରାସ୍ତା ଓ ବିଦ୍ୟାଳୟ କୋଠା ଆଦି ସେବା ବିପର୍ଯ୍ୟସ୍ଥ ଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଲେ ନାହିଁ। ଯେଉଁଥି ପାଇଁ ଏହି ଅଞ୍ଚଳରେ ବିକାଶ ନିଖୋଜ ହେଇ ଯାଇଛି, ରାଜ୍ୟ ସରକାରଙ୍କ ଗାଧୁଆ ତୁଠ ଯୋଜନା ବିକାଶର ନମୁନା ବୋଲି ବିରୋଧି ମହଲରେ ଆଲୋଚନା ହେଉଛି। ଗାଁରେ ପାନୀୟ ଜଳ ସମସ୍ୟା ନେଇ ବି.ଡି.ଓ ନବିନ ଚନ୍ଦ୍ର ନାୟକଙ୍କ ସହ ପାନୀୟ ଜଳ ଯୋଗାଣ ପଞ୍ଚାୟତର ଦାୟିତ୍ବ ଯୋଗାଯୋଗ କରାଯାଇଥିଲା । ପାନୀୟ ଜଲ ଯୋଗାଣ ପାଇଁ ପଞ୍ଚାୟତ ମାଧ୍ୟମରେ ଅନୁଦାନ ଯୋଗାଇ ଦିଆଯାଥିବା ସୂଚନା ଦେଇଥିଲେ। ଯଦି କୌଣସି ଅସୁବିଧା ରହିଛି ତେବେ ସମ୍ପୃକ୍ତ ପଞ୍ଚତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ସହିତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories