www.samajalive.in
Monday, December 8, 2025
20.1 C
Bhubaneswar

ହାଇଦରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ

ହାଇଦରାବାଦ : ହାଇଦରାବାଦ ବିଶ୍ୱବିଦ୍ୟାଳୟ (ୟୁଓଏଚ୍‍) ୨୦୧୮-୧୯ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ଦୀର୍ଘ ୮ ବର୍ଷ ପରେ ଏବିଭିପି ପ୍ରାର୍ଥୀ ୬ଟି ଶୀର୍ଷ ପଦରେ ବିଜୟଲାଭ କରିଛନ୍ତି। ୟୁଏଚ୍‍ଓ ପକ୍ଷରୁ ଶନିବାର ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ଏବିଭିପି ପ୍ରାର୍ଥୀ ଆରତୀ ନାଗପାଳ ସଭାପତି, ଅମିତ କୁମାର ଉପସଭାପତି, ଧୀରଜ ସଂଯୋଗୀ ସମ୍ପାଦକ, ପ୍ରବୀଣ କୁମାର ଯୁଗ୍ମ ସମ୍ପାଦକ, ଅରବିନ୍ଦ ଏସ୍‍ କୁମାର ସାଂସ୍କୃତିକ ସମ୍ପାଦକ ଏବଂ ନିଖିଳ ରାଜ କ୍ରୀଡ଼ା ସମ୍ପାଦକ ପଦରେ ବିଜୟଲାଭ କରିଛନ୍ତି। ଉଲ୍ଲେଖ ଯେ ଏବିଭିପି ଅନ୍ୟାନ୍ୟ ପଛୁଆ ବର୍ଗ ସଂଗଠନ (ଓବିସିଏଫ) ଏବଂ ସେବାଲାଲ ବିଦ୍ୟାର୍ଥୀ ଦଳ (ଏସ୍‍ଏଲ୍‍ବିଡି), ଆମ୍ବେଦକର ଛାତ୍ର ସଂଘ ସହ ମିଶି ନିର୍ବାଚନ ଲଢିଥିଲା। ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କ ସହ ଭାରତୀୟ ଛାତ୍ର ସଂଗଠନ (ଏସ୍‍ଏଫଆଇ), ବହୁଜନ ଛାତ୍ର ମୋର୍ଚ୍ଚା, ଦଳିତ ଛାତ୍ର ସଂଘ ଏବଂ ଭାରତୀୟ ଜାତୀୟ ଛାତ୍ର ସଂଗଠନ ପ୍ରାର୍ଥୀଙ୍କ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଛାତ୍ର ସଂସଦ ନିର୍ବାଚନରେ ୩,୯୦୦ ଛାତ୍ର ଭୋଟ ଦାନ କରିଥିଲେ। ତେବେ ଦୀର୍ଘ ୮ ବର୍ଷ ପରେ ହାଇଦରାବାଦ ବିଶ୍ୱବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ସମସ୍ତ ଶୀର୍ଷ ଆସନରେ ବିଜୟଲାଭ କରିଛନ୍ତି ଓ ଛାତ୍ର ସଂଗଠନର ଏକତା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ତେଲଙ୍ଗାନା ଏବିଭିପି ସଦସ୍ୟ ସୁଶୀଲ ପ୍ରକାଶ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories