www.samajalive.in
Tuesday, December 9, 2025
17.1 C
Bhubaneswar

ଧର୍ମପାଲ ଗୁଲାଟି ଜୀବିତ ; ମୃତ୍ୟୁ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ :  ପ୍ରସିଦ୍ଧ ଏମଡିଏଚ୍‍ ମସଲା କମ୍ପାନୀର ମାଲିକ ଧର୍ମପାଲ ଗୁଲାଟିଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି ଗୁଜବକୁ ବିଶ୍ୱାସ ନ କରିବାକୁୂ ପରିବାର ପକ୍ଷରୁ କୁହାଯାଇଛି। ତେବେ ଧର୍ମପାଲ ଗୁଲାଟି ଜୀବିତ ଥିବା  ସ୍ପଷ୍ଟ କରାଯାଇଛି। ଏ ସଂପର୍କରେ ପରିବାର ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଶ୍ରୀ ଗୁଳାଟି କହିଛନ୍ତିି ଯେ, ସେ ସଂମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ମସଲା କିଙ୍ଗ ଭାବେ ପରିଚିତ ଏମଡିିଏଚର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟିଙ୍କ ପରଲୋକ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି।
କେତେକ ମିଡିଆରେ ମଧ୍ୟ  ଏହି ଖବର ପ୍ରଚାରିତ ହେଉଥିଲା। ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଏଭଳି ଅପପ୍ରଚାରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି। ପ୍ରକୃତ କାରଣ ସଂପର୍କରେ ଅନୁଧ୍ୟାନ କରାଯିବା ପରେ ଜଣା ପଡିଛି ଯେ କେତେକ ଗଣମାଧ୍ୟମ ତାଙ୍କ ପିତା ଚୁନ୍ନି ଲାଲ ଗୁଲାଟିଙ୍କ ଫଟୋକୁ ଦେଖାଇ ଧର୍ମପାଲଙ୍କ ମୃତ୍ୟୁ ଖବର ପ୍ରଚାର କରୁଥିଲେ।
ବାସ୍ତବରେ ଚୁନ୍ନି ଲାଲ ଗୁଲାଟିଙ୍କ ଜନ୍ମ ୧୯୨୨ରେ ଅବିଭାଜିତ ଭାରତର ପାକିସ୍ତାନ ଅନ୍ତର୍ଗତ ସିଆଲକୋଟରେ ହୋଇଥିଲା। ଦେଶ ବିଭାଜନ ପରେ ୧୯୪୭ରେ ସେ ଦିଲ୍ଳୀ ପଳାଇ ଆସିଥିଲେ। ୧୯୫୯ରେ ଏମଡିଏଚ୍‍ ମସଲା କମ୍ପାନୀର ମୂଳଦୁଆ ପଡ଼ିଥିଲା। ଆଜି ଦେଶ ବିଦେଶର ଏକ ପ୍ରମୁଖ ମସଲା କମ୍ପାନୀ ଭାବେ ଏମଡିଏଚ୍‍ ସୁନାମ ଅର୍ଜନ କରିଛି। ସାରା ଦେଶରେ ଏହାର ୧୫ଟି କାରଖାନା ରହିଛି।
୨୦୧୭ରେ ଧର୍ମପାଲ ଗୁଲାଟି ଏମଡିଏଚ୍‍ର ସିଇଓ ଭାବେ ଯୋଗ ଦେଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଘରେ ଘରେ ପରିଚିତ ଏମଡିଏଚ୍‍ ର ପ୍ରତିଷ୍ଠାତା ତଥା ସିଇଓ ଭାବେ ସଫଳତାର ଶିଖର ଛୁଇଁଥିବା ଧର୍ମପାଲ ଗୁଲାଟି ମାତ୍ର ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।

courtesy lokmat news

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories