ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜୋର ଧରିଥିବା ବେଳେ ସେନା ପକ୍ଷରୁ ୨ମାସରୁ ଅଧିକ ସମୟ ଧରି ଅପରେସନ ଅଲଆଉଟ୍ ଚାଲିଛି । ଅପରପକ୍ଷରେ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ସୀମାନ୍ତ ଘାଟିରେ ୩୦୦ରୁ ଅଧିକ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବା ବେଳେ ୨୫୦ରୁ ଅଧିକ ଆତଙ୍କବାଦୀ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ପାକିସ୍ତାନରେ ସରକାର ବଦଳିଲେ ମଧ୍ୟ ସୀମାନ୍ତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟାରେ କୌଣସି ପାର୍ଥକ୍ୟ ଦେଖାଯାଉ ନାହିଁ ।
ଏଠାରେ ସୂଚନା ଯୋଗ୍ୟ ସେନା ପକ୍ଷରୁ କାଶ୍ମୀରରେ ଅପରେସନ ଅଲ୍ଆଉଟକୁ ସଫଳ କରିବାକୁ ବ୍ଲୁପ୍ରିଣ୍ଟ ତିଆରି ହୋଇଥିଲା । ଏଥି ନିମନ୍ତେ କାଶ୍ମୀର ମଧ୍ୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେନା ଅଦ୍ୟାବଧି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଆହୁରି ୩୦୦ ଆତଙ୍କବାଦୀ କାଶ୍ମୀରରେ ସକ୍ରିୟ ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।
କେବେ ସରିବ ଅପରେସନ ଅଲ୍ ଆଉଟ୍: ଘାଟିରେ ସକ୍ରିୟ ଅଛନ୍ତି ୩୦୦ଆତଙ୍କବାଦୀ
Popular Categories



