ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଂକଟ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ରାୟ ଦିଆଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ ରାଜ୍ୟ ସରକାର, ଉପବାଚସ୍ପତି, ବିଧାନସଭା ସଚିବ, କେନ୍ଦ୍ରକୁ ନୋଟିସ ଜାରି କରାଯାଇଛି। ଶିବସେନା ନେତା ସୁନୀଲ ପ୍ରଭୁ, ଅଜୟ ଚୌଧୁରୀଙ୍କୁ ମଧ୍ୟ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରି ହୋଇଛି। ୫ ଦିନ ମଧ୍ୟରେ ଉତ୍ତର ଦେବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ଜୁଲାଇ ୧୧ରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ନିର୍ଦେଶ ଜାରି କରାଯାଇଛି। ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ସ୍ଥିତାବସ୍ଥା ଜାରି ହୋଇଛି।
Popular Categories



