ନବରଙ୍ଗପୁର : ନବରଙ୍ଗପୁରରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅନୈତିକ ଚଲାଣ ଦିବସ ୨୦୨୨ ପାଳିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଦ୍ବାରା ନିଶା ନିବାରଣ ସମ୍ପର୍କିତ ସଚେତନତା ରଥ ଗାନ୍ଧୀ ଛକ ନିକଟସ୍ଥ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଠାରୁ ସବୁଜ ପତାକା ଦେଖାଇ ଶୋଭା ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ ଏବଂ ସରକାରୀ କର୍ମଚାରୀମାନେ ଭାଗ ନେଇଥିଲେ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ଜିଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷ କରି ନିଶା ଦ୍ରବ୍ୟ ସେବନ ଦ୍ବାରା ସମାଜ ଉପରେ ଏହାର କୁପ୍ରଭାବ କିପରି ଭାବରେ ପକାଉଛି ଆଲୋକପାତ କରିଥିଲେ। ନିଶା ସେବନ ଦ୍ରବ୍ୟ ସେବନ ଦ୍ବାରା ସମାଜରେ ଅସାମାଜିକ କାର୍ଯ୍ୟ କଳାପ ସହିତ ହିଂସା ବୃଦ୍ଧି ପାଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ନିଶା ନିବାରଣ ଏବଂ ନିଶାଗ୍ରସ୍ତ ମଣିଷକୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହିତ ଏଥିରେ ଆଧ୍ୟାତ୍ମିକ ସଂସ୍ଥା, ସ୍ବେଚ୍ଛାସେବୀ ସଂଗଠନ ଏବଂ ସରକାରୀ ସ୍ତରରେ ଥିବା ପ୍ରମୁଖ ଭୂମିକା ଉପରେ ଜିଲାପାଳ ଶ୍ରୀ ମିଶ୍ର ଗୁରୁତ୍ବ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଆଶାକିରଣର ଅଧ୍ୟକ୍ଷ ଜଗନ୍ନାଥ ବେହେରା ,ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସଂଯୋଜକ ନେହେରୁ ଯୁବ କେନ୍ଦ୍ର ଭି ରମେଶ, ଗୋଷ୍ଠୀ ସମାଜିକ ସୁରକ୍ଷା ଅଧିକାରୀ ଧନଞ୍ଜୟ ରାଓ, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟନାୟକ, ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ୟ୍ୟୋଧନ ଭୋଇ, ଉମରକୋଟ ବିଡ଼ିଓ ଡ.ହିମାଞ୍ଚଳ ମାଝି, ନବରଙ୍ଗପୁରର ବ୍ରହ୍ମାକୁମାରୀ ନମିତା, ବ୍ରହ୍ମା କୁମାରୀ ରାଖୀ , ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ବରିଷ୍ଠ ନାଗରିକ ତଥା କାଉନସିଲର ନଗେନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।



