ପଣ୍ୟ କାରବାର କ୍ଷେତ୍ରରେ ପାରାଦ୍ୱୀପ ବନ୍ଦରର ଆଉ ଏକ ସଫଳତା

ଭୁବନେଶ୍ବର : ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଗତକାଲି ବନ୍ଦର ଇତିହାସରେ ସର୍ବବୃହତ୍‍ ପଣ୍ୟବାହୀ ଜାହାଜରେ ଏକ ଲକ୍ଷ ୪୬ ହଜାର ୫୬୫ ମେଟ୍ରିକ୍‍ ଟନ୍‍ ଲୁହାପଥର ବୋଝେଇ ହୋଇଛି । ଏହି ଜାହାଜର ନାମ ହେଉଛି ଏମ୍‍.ଭି. କେପେରାୟ । ୨୯୨ ମିଟର ଲମ୍ବ ୪୫ ମିଟରର ପ୍ରସ୍ଥ ଏବଂ ୧୬ ମିଟର ଗଭୀର ଥିବା ଏହି ଜାହାଜ ପଣ୍ୟ ବୋଝେଇ କରି ସଫଳତାର ସହିତ ପୋତାଶ୍ରୟ ଛାଡ଼ିଛି । ଏହା କୋଷ୍ଟାଲ୍‍ ସିପିଙ୍ଗ୍‍ ଜରିଆରେ ମହାରାଷ୍ଟ୍ରର ଘରୋଇ ବନ୍ଦର ଜୟିଗଡ଼ ଯିବ । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ୧ ଲକ୍ଷ ୪୩ ହଜାର ୮୫୩ ମେଟ୍ରିକ୍‍ ଟନ୍‍ ପଣ୍ୟ ବୋଝେଇ ସର୍ବାଧିକ ଥିଲା ।

kalyan agarbati

Comments are closed.