ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାମେଣ୍ଟର ଆଶା ବାନ୍ଧିଥିବା କଂଗ୍ରେସକୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ରାଜ୍ୟରେ ବିଏସପି ସହ ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ସହ ସମାଜବାଦୀ ପାର୍ଟିର ମେଣ୍ଟ ସମ୍ଭାବନାକୁ ଖାରଜ କରି ଦେଇଛନ୍ତି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ। ବିଏସପି ଓ ଗଡ଼ୱାନା ଗଣତନ୍ତ୍ର ପାର୍ଟି ସହ ଏସପି ମେଣ୍ଟ କରିବ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ଅଖିଳେଶ କଂଗ୍ରେସକୁ ଦାୟୀ କରିଛନ୍ତି। କଂଗ୍ରେସର ବିଳମ୍ବିତ ପ୍ରାର୍ଥି ଚୟନ ଓ ଆସନ ବୁଝାମଣା ପ୍ରକ୍ରିୟା ହେତୁ ଦଳ ସହ ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି ଅଖିଳେଶ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏସପି ଓ ବିଏସପି ମେଣ୍ଟକୁ ନେଇ ଅଖିଳେଶ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି।
Popular Categories



