www.samajalive.in
Monday, December 8, 2025
27.1 C
Bhubaneswar

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା; ଏସଡିଜେଏମଙ୍କ ନିର୍ଦେଶ ଉପରେ ରହିତାଦେଶ

କଟକ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ କଟକ ସଦର ଏସଡିଜେଏମଙ୍କ ନିର୍ଦେଶ ଉପରେ ଜିଲ୍ଲା ଦୌରାଜଜ୍ ରହିତାଦେଶ ଜାରି କରିଛନ୍ତି। ଅନୁଭବ ମହାନ୍ତିଙ୍କ ଘର ବର୍ଷା ଛାଡିବେ ନାହିଁ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବା ପାଇଁ ଅଦାଲତ ଧାର୍ଯ୍ୟ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ସୂଚନା ଯୋଗ୍ୟ ଦୁଇମାସ ମଧ୍ୟରେ ଅନୁଭବଙ୍କ ନନ୍ଦିସାହିସ୍ଥିତ ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ କଟକ ଏସଡିଜେଏମ। ବାହାରେ ଘରଭଡ଼ା ନେଇ ରହିବାକୁ ଅନୁଭବ ମହାନ୍ତି ବର୍ଷାଙ୍କୁ ମାସିକ ୩୦ ହଜାର ଦେବେ ବୋଲି ନିର୍ଦେଶ ଥିଲା। ଦୁଇ ମାସର ଟଙ୍କା ପାଇବା ପରେ ବର୍ଷା ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ କୋର୍ଟ। ଏହାକୁ ଚାଲେଞ୍ଜ କରି ଜିଲା ଦୌରାଜଜ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଏସ୍‌ଡିଜେଏମଙ୍କ ନିର୍ଦେଶ ପରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟାଙ୍କ ଖାତାରେ ୩୦ ହଜାର ଟଙ୍କା ଜମା କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories