ଖଡ଼ିଆଳ : ଖଡ଼ିଆଳ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଖଡ଼ିଆଳ ଡାକଘରକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରୋଶମୂଳକ ଜେରା ଉପରେ ତୀବ୍ର ବିରୋଧ ଓ ନିନ୍ଦା କରିଛନ୍ତି କଂଗ୍ରେସ କର୍ମୀ। ଏହାସହ ବିଗତ ଦିନରେ ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପୁଲିସ ପଶି ବରିଷ୍ଠ କଂଗ୍ରେସ କର୍ମୀମାନଙ୍କୁ ଅକ୍ରମଣ ଘଟଣାକୁ ନିନ୍ଦା କରିଥିଲେ। ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିଜେପିର ଇଙ୍ଗିତରେ କାମ କରୁଥିବା ଅଭିଯୋଗ କରିଥିଲେ। ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଆନ୍ଦୋଳନରେ ହିରାଧର ମେହେର, କପିଲେନ୍ଦ୍ର ଭୋଇ, ଅମିତାଭ ପଟେଲ, ଚନ୍ଦ୍ରଧ୍ୱଜ ବେହେରା, ବିଭୂଦତ୍ତ ଯୋଷୀ, ଚନ୍ମୟ ବାଗ, ପଞ୍ଚାନନ ସେଠୀ, ରଞ୍ଜିତ ଶବର, ମିହିର ନାଏକ, ଅର୍ଜୁନ ଛତ୍ରିଆ, ଘାସିରାମ ବର୍ଗେ, ସୁବାଶ ବେହେରା, ବରୁଣ ସୁନା, ଦ୍ୱିତୀରଞ୍ଜନ ବାଗ ପ୍ରମୁଖ ସାମିଲ ଥିଲେ।



