ଭବାନୀପାଟଣା: ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ୧୫ଜଣ ଆହତ ହୋଇଛନ୍ତି। ବିଜେପୁର ଥାନା ସିନ୍ଧିଭଟା ଓ ଥୁଆଙ୍ଗପଦର ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଜଙ୍ଗଲଜମି ଅଧିକାରକୁ ନେଇ ଲାଖବାହାଲ ନିକଟରେ ଉଭୟ ଗାଁ ଲୋକଙ୍କ ମଧ୍ୟରେ ମାଡ଼ପିଟ ହୋଇଥିବା ସୂଚନା ମିଳିଛି। ଉଭୟ ଗୋଷ୍ଠୀର ଆକ୍ରମଣରେ ଆହତଙ୍କୁ ଚିକିତ୍ସା ପାଇଁ ଲାଞ୍ଜିଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



