www.samajalive.in
Monday, December 8, 2025
20.1 C
Bhubaneswar

ଅନୁଗୁଳ ଇଏସ୍‍ଆଇ ଡାକ୍ତରଖାନା ଲୋକାର୍ପଣ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ ନୂତନ କର୍ମଚାରୀ ରାଜ୍ୟ ବୀମା (ଇଏସ୍‍ଆଇ) ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି । ଏହାସହ ଭର୍ଚୁଆଲ୍‍ ମାଧ୍ୟମରେ ଝାରସୁଗୁଡ଼ା ଇଏସ୍‍ଆଇର ଉପ-ଆଞ୍ଚଳିକ କାର୍ଯ୍ୟାଳୟକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ବଳରାମପ୍ରସାଦରେ ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଚିକିତ୍ସା ସେବା ଆରମ୍ଭ ହେବ ।

- Advertisement -

ଅନୁଗୁଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଏହି ଡାକ୍ତରଖାନା
ଯୋଗୁଁ ଅନୁଗୁଳର ୭୦ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ । ପୂର୍ବରୁ ଏଠାରେ କେବଳ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ଔଷଧ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍‍ରେ ଭର୍ତ୍ତି କରିବାର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories