www.samajalive.in
Thursday, December 11, 2025
26.1 C
Bhubaneswar

ଅଭ୍ୟାସରେ ମ୍ୟାଚ୍‌ ଭ୍ରମ ; ବିସିସିଆଇର ପ୍ରଶଂସା

କଟକ : ବାରବାଟୀ ଷ୍ଟାଡ଼ିୟମରେ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଅଭ୍ୟାସ କରିଥିଲେ। ଅଭ୍ୟାସ ଦେଖିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୬ ଓ ୭ ନମ୍ବର ଗ୍ୟାଲେରୀରେ ଦର୍ଶକଙ୍କୁ ସୁଯୋଗ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଦକ୍ଷିଣ ଆଫ୍ରିକ​‌ା ଦଳ ଅଭ୍ୟାସ କରିବାକୁ ଆସିଥିଲା। ଏଥିରେ ଦୁଇ ଗ୍ୟାଲେରୀରେ ପାଖାପାଖି ୫୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା। ପରେ ଅପରାହ୍ଣ ୫ଟାରେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲା। ଭାରତୀୟ ଦଳର ଅଭ୍ୟାସ ଦେଖିବା ଲାଗି ଷ୍ଟାଡ଼ିୟମ​‌େ​‌ର ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ୬ ଓ ୭ ନମ୍ବର ଗ୍ୟାଲେରୀରେ ଦର୍ଶକ ଭାରତୀୟ ଖେଳାଳି ଅଭ୍ୟାସ କରିବା ସମୟରେ ତାଳି ଓ ସ୍ଲୋଗାନ ଦେଇ ଉତ୍ସାହିତ କରିଥିଲେ। ଯାହା ଅଭ୍ୟାସରେ ବି ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା। ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ବିସିସିଆଇ ପ୍ରଶଂସା କରିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ବିଟ୍‌ କରି ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକ ଦେଖିବା ବିଶ୍ବରେ ପ୍ରଥମ ବୋଲି କହିଛନ୍ତି। କ୍ରିକେଟପ୍ରେମୀଙ୍କ ଏଭଳି ଉତ୍ସାହ ପ୍ରଶଂସନୀୟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories