www.samajalive.in
Sunday, December 7, 2025
13.1 C
Bhubaneswar

ଡରାଇଲାଣି ‘ମଙ୍କିପକ୍ସ’; ୨୯ଟି ଦେଶରେ ଚିହ୍ନଟ ହେଲାଣି ଭୂତାଣୁ

ନୂଆଦିଲ୍ଲୀ: ବିଶ୍ୱକୁ ଡରାଇଲାଣି ‘ମଙ୍କିପକ୍ସ’  ଭୂତାଣୁ । ଏଯାଏ ବିଶ୍ୱର ୨୯ଟି ଦେଶରେ ‘ମଙ୍କିପକ୍ସ’ଭୁତାଣୁ  ଚିହ୍ନଟ ହୋଇଥିବା ନେଇ ଡବ୍ଲୁଏଚଓ ସୂଚନା ଦେଇଛି । ତାହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କି ‘ମଙ୍କିପକ୍ସ’ରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଥାଉକି ଏହା ପୂର୍ବରୁ ‘ମଙ୍କିପକ୍ସ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା । ଡବ୍ଲୁଏଚଓର କହିଥିଲା କି ମଙ୍କିପକ୍ସ ଭୂତାଣୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିହାତି ଜରୁରୀ । ନହେଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଆଗକୁ ସତର୍କ ରହିବା ଜରୁରୀ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଥିଲା । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ, ସଙ୍ଗରୋଧ ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ବୋଲି ଡବ୍ଲୁଏଚଓ ସୂଚନା ଦେଇଥିବା ବେଳେ ତାହାସହ ମଙ୍କିପକ୍ସ ଭୂତାଣୁ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଛି । ଏବେ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ଯାହାଦ୍ୱାରା ବର୍ତ୍ତମାନ ବିଶ୍ୱରେ ଚିନ୍ତାର କାରଣ ପାଲଟିଛି ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories