www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବତନ ସରପଞ୍ଚ ଗ୍ରାମରୁ ବାସନ୍ଦ!

ଗଞ୍ଜାମ:ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡିକୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଏବଂ ଗାଁ ଛାଡି ଚାଲିଯିବା ପାଇଁ ଧମକ ଦିଆଯାଇଛି ବୋଲି ସେ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ୨୩୮/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗ୍ରାମବାସୀଙ୍କ ତରଫରୁ ମଧ୍ୟ ଏକପାଲଟା ଅଭିଯୋଗ ଥାନାରେ କରାଯାଇଛି। ସେଥିରେ ଦର୍ଶାଯାଇଛି ୨୦୦୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ପୂର୍ବତନ ସରପଞ୍ଚ ଗାଁ ସାଥି ରହିଥିବା ବେଳେ ବିଭିନ୍ନ ଉନୟନ କାର୍ଯ୍ୟ ହାତକୁ ନେଇ ଟଙ୍କା ହଡପ ସହ କୋଠର ୮ଲକ୍ଷ ୭୦ ହଜାର ଟଙ୍କା ପୈଠ କରିନଥିବା ଗ୍ରାମବାସୀଙ୍କ ତରଫରୁ ସଭାପତି କେ.ଡିଲୁ ରେଡି, ଡି.ନର ରେଡି, ଏସ.ରାମଚନ୍ଦ୍ର ରେଡି ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ସରପଞ୍ଚଙ୍କୁ ଗ୍ରାମରୁ ବାସନ୍ଦ କଥାକୁ ସେମାନେ ଅସ୍ବୀକାର କରିଛନ୍ତି l ସେମିତ କିଛି କରାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ କିଛିଦିନ ହେଲା ସନ୍ତୋଷପୁର ପଞ୍ଚାୟତ କାର୍ତ୍ତିକଢ଼ି ଗ୍ରାମରେ ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡି ଓ ଗ୍ରାମବାସୀଙ୍କ ମଧ୍ୟରେ ବାସନ୍ଦ ମାମଲାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ସମ୍ପ୍ରତି ପୂର୍ବତନ ସରପଞ୍ଚ ଗ୍ରାମ ଛାଡି ବାହାରେ ରହୁଥିବା ଜଣାପଡିଛି l ଏହି ଘଟଣା ପରେ ରମ୍ଭା ଥାନା ଅଞ୍ଚଳରେ ପୁଣି ଏକ ବିବାଦୀୟ ପରିସ୍ଥିତି ଦେଖାଦେଇଛି l ଯାହାକୁ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories