www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍‍

ନୂଆଦିଲ୍ଲୀ : ଆଜି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ୱିଟ ଯୋଗେ ପ୍ରିୟଙ୍କା କହିଛନ୍ତି, ମୋ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି। କରୋନା ନିୟମ ଅନୁଯାୟୀ ନିଜକୁ ସଙ୍ଗରୋଧରେ ରଖିଛି।
ବୁଧବାର ଦିନ ପ୍ରିୟଙ୍କା ଗାନ୍ଧୀ ଲଖନଉ ଗସ୍ତରେ ସାମାନ୍ୟ ପରିବର୍ତ୍ତନ କରି ଦିଲ୍ଲୀ ଫେରିଥିଲେ। ସେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ସେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କୁ ପ୍ରିୟଙ୍କା ଗାନ୍ଧୀ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।
ଗତକାଲି ;କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ଚିହ୍ନଟ ହୋଇ ଥିଲେ।  ତାଙ୍କ ବ୍ୟତୀତ ବୈଠକକୁ ଆସିଥିବା କିଛି ନେତା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି ବୋଲି ସୂଚନା ମିଳିଛି।  ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଥିଲେ , ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା, ଏହାପରେ ତାଙ୍କ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଗତ ସପ୍ତାହେ ମଧ୍ୟରେ ସୋନିଆ ଅନେକ ନେତା, କର୍ମୀଙ୍କୁ ଭେଟିଥିଲେ ଯେଉଁଥିପାଇଁ ସେମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି ବୋଲି ସୁରଜେୱାଲା କହିଛନ୍ତି। ସେ ଆହୁରି କହିଥିଲେ, ସୋନିଆ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ନେତାଙ୍କୁ ପରୀକ୍ଷା କରାଇ ନେବାକୁ ସେ ନିବେଦନ କରିଛନ୍ତି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ଚାଲିଛି। ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories