www.samajalive.in
Tuesday, December 9, 2025
16.1 C
Bhubaneswar

ବିଦ୍ୟୁତ ଆଘାତରେ ମୃତ ନାବାଳିକାଙ୍କ ପରିବାରକୁ ୩ଲକ୍ଷ କ୍ଷତିପୂରଣ

ଲାଞ୍ଜିଗଡ଼: ଲାଞ୍ଜିଗଡ଼଼ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ କୁଟୁରୁପାଲି ଗାଁର ତିଳୋତ୍ତମା ଚାଲାଣଙ୍କ ଆବାସ ଯୋଜନା ଗୃହର ଛାତ ପକାଇବା କାମରେ ନିୟୋଜିତ ୧୭ବର୍ଷିୟ ନାବାଳିକା ପ୍ରଭା କୋଶଲିଆଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ବେଳେ ଏବେ ତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କ କ୍ଷତିପୂରଣ ପ୍ରଦାନ କରାଯାଇଛି।

ଛାତ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଲିଯୋଡି ଗ୍ରାମର ନାବାଳିକା ପ୍ରଭା କୋଶଲିଆଙ୍କ ୨୦୨୦ ମସିହା ମାର୍ଚ୍ଚ ୬ ତାରିଖରେ ମୃତ୍ୟୁ ହୋଇଥିଲା। ଠିକାଦାର ଜଗଦୀଶ ଚାଲାଣ ଏହି ଘର କାମରେ ନାବାଳିକା ପ୍ରଭା କୋଶଲିଆଙ୍କୁ କାମରେ ଲଗାଇଥିଲେ। ଘର କାମର ଛାତ ପକାଇବା ବେଳେ ମିସ୍ତ୍ରୀଙ୍କ ପାଖରେ ସିମେଣ୍ଟ ଯୋଗାଉ ଥିବା ବେଳେ ଅଳ୍ପ ଉଚତାରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରଭା କୋଶଲିଆଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟୁତ ତାର ଜନବସତି ଅଞ୍ଚଳରେ ଟଣା ଗଲାବେଳେ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇ କେବୁଲ ତାର ଲଗାଇବା ନିୟମ ରହିଛି। ବିଦ୍ୟୁତ ତାର ତଳେ କୌଣସି ନିର୍ମାଣ ହେଲେ ବିଦ୍ୟୁତ ବିଭାଗ ଏହାକୁ ବନ୍ଧ କରିପାରିବା ନିୟମ ଥିଲେ ମଧ୍ୟ ଏହି ଘଟଣାରେ ବିଦ୍ୟୁତ ବିଭାଗର ଅବହେଳା ରହିଥିବା ଏବଂ ସେହି କାରଣରୁ ଏକ ନିରୀହ ଜିବନ ଚାଲିଗଲା ବୋଲି ଦର୍ଶାଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ମାନବଧିକାର କର୍ମୀ ଦିଲ୍ଲିପ କୁମାର ଦାସ। କମିଶନ ଏହି ମାମଲାକୁ କେସ ନଂ ୧୯୬୯/୧୮/୬/୨୦୨୦ ଭାବରେ ଗ୍ରହଣ କରି ବିଚାର କରିବା ସହିତ ସବୁ ପକ୍ଷରୁ ରିପୋର୍ଟ ତଲବ କରିଥିଲେ। ସରକାରଙ୍କ ବିଦ୍ୟୁତ ବିଭାଗ ଓ ପୁଲିସ ରିପୋର୍ଟ ପାଇ ତର୍ଜମା କଲା ପରେ ୧୯ ଜାନୁୟାରୀ ୨୦୨୨ରେ ମୁଖ୍ୟ ଶାସନ ସଚିବ ଓଡ଼ିଶାଙ୍କୁ ନୋଟିସ ଜାରିକରି ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ପାଳନ କରି ବିଦ୍ୟୁତ ବିଭାଗ ତରଫରୁ ୨୬ ଏପ୍ରିଲ ୨୦୨୨ରେ ଚେକ୍‍ ନଂ ୦୨୧୪୮୪ ପ୍ରଭା କୋଶଲିଆଙ୍କ ପିତାଙ୍କୁ ପ୍ରଦାନ କରିଥିବା କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ରିପୋର୍ଟକୁ ଆଧାର କରି କମିଶନ ଗତ ୩୦ମଇ ୨୦୨୨ରେ ଚୁଡାନ୍ତ ରାୟ ପ୍ରକାଶ କରି ମାନବାଧିକାର ସୁରକ୍ଷା ଆଇନ ଅନୁସାରେ କ୍ଷତିପୂରଣ ମିଳିଥିବାରୁ ମାମଲାକୁ ଶେଷ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୯ମାର୍ଚ୍ଚ ୨୦୨୦ରେ ଏନେଇ “ସମାଜ”ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories