www.samajalive.in
Monday, December 8, 2025
20.1 C
Bhubaneswar

ଓଷ୍ଟାର ଗଞ୍ଜାମ ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ପଞ୍ଚାୟତ ହାଇସ୍କୁଲରେ ଓଷ୍ଟାର ଗଞ୍ଜାମ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଜୟ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବିଳନୀରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ହିମାଂଶୁ ଶେଖର ପଟନାୟକ,ସମ୍ମାନିତ ଅତିଥି ଅଶୋକ କୁମାର ଦଳାଇ, ଅନ୍ୟତମ ସମ୍ମାନିତ ଅତିଥି ଭିକାରୀ ଗୌଡ଼ ଯୋଗଦେଇ ସମ୍ପ୍ରତି ଦେଖାଦେଇଥିବା ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ଓ ଏହାର ନିରାକରଣର ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର ଦୃଢ଼ ନିନ୍ଦା କରିଥିଲେ। ମୁଖ୍ୟବକ୍ତା ତଥା ଓଷ୍ଟାର ସାଧାରଣ ସମ୍ପାଦକ ବିଜୟ କୁମାର ବେହେରା ଓଷ୍ଟାର ଇତିହାସ ସହ ଗଞ୍ଜାମ ଜିଲ୍ଲାର ଭୂମିକା ଅବତାରଣା କରିଥିଲେ । ଓଷ୍ଟାର ଗଂଜାମ ବ୍ଲକ ସମ୍ପାଦକ ରାମଚନ୍ଦ୍ର ପଲାଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା ଧାନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ପୁରାତନ କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ନାରାୟଣ ତ୍ରିପାଠୀ, ଉପସଭାପତି ଶୁଭଲକ୍ଷ୍ମୀ ମହାନ୍ତି, ଶକ୍ତି ପ୍ରସାଦ ମହାପାତ୍ର, ଅକ୍ଷୟ କୁମାର ମହାଲିକ, ସମ୍ପାଦକ ଭାବେ ଶେଷଦେଵ ପ୍ରଧାନ, ଯୁଗ୍ମ ସମ୍ପାଦକ ଦୀପିକା ଜେନା, ବିଜୟ କୁମାର ସାହୁ ଓ ବିକ୍ରମ ନାହାକଙ୍କୁ ମନୋନୀତ କରା ଯାଇଥିଲା। ରାଜ୍ୟ ପରିଷଦକୁ ସନ୍ତୋଷ କୁମାର ମିଶ୍ର, ଶେଷଦେଵ ଛଟେଇ, ସଂଜୀବ କୁମାର ନାହାକ, ଜିଲ୍ଲାପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ବେହେରା, ବିଭୁତି ଭୂଷଣ ଦାଶ, ବିନାୟକ ମାନସିଂହ, ଉପଦେଷ୍ଟା ଭାବେ ବିଜୟ କୁମାର ବିଶ୍ବାଳ,ବାଳକୃଷ୍ଣ ମହାରଣା,ରାମଚନ୍ଦ୍ର ପଲାଇଙ୍କୁ ସର୍ଵ ସମ୍ମତି କ୍ରମେ ଚୟନ କରାଯାଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories