www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଚଭୂତରେ ଲୀନ ହେଲେ କେକେ

ମୁମ୍ବାଇ: ବଲିଉଡ଼ର ଖ୍ୟାତନାମା ଗାୟକ କେକେ(କ୍ରୀଷ୍ଣକୁମାର କୁନ୍ନାଥ)ଙ୍କ ଶେଷକୃତ୍ୟ ଗୁରୁବାର ସମ୍ପନ୍ନ ହୋଇଛି। ମୁମ୍ବାଇ ସ୍ଥିତ ବର୍ସୋଭା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। କେକେଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଗାୟକଙ୍କ ପରିବାର ଏବଂ ପ୍ରଶଂସକମାନେ ଓଦା ଆଖିରେ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଏହି ମୁହୂର୍ତ୍ତଟି ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ। ଅନେକ ପ୍ରସିଦ୍ଧ କଳାକାର ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ମେ’ ୩୧ରେ କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ କେକେଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୫୩ ବର୍ଷ ବୟସରେ କେକେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାଙ୍କର ଶରୀର ଅସୁସ୍ଥ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଶ୍ରୋତାମାନେ ହଠାତ୍‌ କିଛି ବୁଝି ପାରି ନଥିଲେ। ଗୁରୁଦାସ କଲେଜ୍‌ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରୁଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ହୋଟେଲ୍‌କୁ ଫେରିଥିଲେ। ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories