www.samajalive.in
Tuesday, December 9, 2025
16.1 C
Bhubaneswar

ୟୁକ୍ରେନ୍‍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା : ବାଇଡେନ୍‍

ୱାଶିଂଟନ :  ଆମେରିକା ୟୁକ୍ରେନ୍‍କୁ ଅତ୍ୟାଧୁନିକ ରକେଟ୍‍ ପଠାଇବା ବିଷୟ ରାଷ୍ଟ୍ରପତି ଜୋ ବାଇଡେନ୍‍ ଘୋଷଣା କରିଛନ୍ତି । ଗଣମାଧ୍ୟମର ଖବର ଅନୁସାରେ ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍‍.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍‍ ସିଷ୍ଟମ୍‍ ରହିଛି । ସେହି ରକେଟ୍‍ରୁ ବିଭିନ୍ନ ପ୍ରକାର ଗାଇଡେଡ୍‍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ । ସେହି କ୍ଷେପଣାସ୍ତ୍ରଗୁଡ଼ିକୁ ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିକ୍ଷେପ କରାଯାଇପାରିବ ।

ୟୁକ୍ରେନ୍‍କୁ ରୁଷ୍‍ ବିପକ୍ଷରେ ଯୁଦ୍ଧରେ ସହାୟତା କରିବା ଲକ୍ଷ୍ୟରେ ଏହି ରକେଟ୍‍ ପଠାଯିବ । ଇତିମଧ୍ୟରେ ୟୁକ୍ରେନ୍‍ ଆଞ୍ଚଳିକ ଗଭର୍ଣ୍ଣର୍‍’ ସିବେରୋ ଦୋନେତ୍‍ସ୍କ ସହରର ଅର୍ଦ୍ଧାଧିକ ଅଞ୍ଚଳ ରୁଷ୍‍ ଅଧିକାର କରିଥିବା ବିଷୟ ସୁନିଶ୍ଚିତ କରିଛନ୍ତି । ଏହାଦ୍ୱାରା ରୁଷ୍‍ ଡୋନ୍‍ବାସ୍‍ ଶିଳ୍ପାଞ୍ଚଳକୁ ଅକ୍ତିଆର କରିବା ସହଜ ହେବ ।

- Advertisement -

ସୂଚନାଯୋଗ୍ୟ, ରୁଷ୍‌-ୟୁକ୍ରେନ ଯୁଦ୍ଧ ୩ମାସରୁ ଅଧିକ ସମୟ ଲାଗି ରହିଥିବାବେଳେ ୟୁକ୍ରେନକୁ ଏହାର ଅତ୍ୟାଧୁନିକ ରକେଟ୍ ପ୍ରଣାଳ (ସିଷ୍ଟମ୍‌) ଦେବାକୁ ଆମେରିକା ମନା କରିଥିଲା। ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ୟୁକ୍ରେନକୁ ଅତ୍ୟାଧୁନିକ ରକେଟ୍‌ ପ୍ରଣାଳୀ ଦିଆଯିବ ନାହିଁ ଯାହା ରୁଷ୍‌ ଟାର୍ଗେଟ କରିପାରିବ। ଆମେରିକାର ଦୁରଗାମୀ ରକେଟ୍‌ ପ୍ରଣାଳୀ ମଲଟିପୁଲ୍‌ ଲଞ୍ଚ ରକେଟ ସିଷ୍ଟମ୍ (ଏମ୍‌ଏଲ୍‌ଆରଏସ୍‌) ରୁଷ୍‌ର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିବାର କ୍ଷମତା ରଖୁଥିବାବେଳେ ଏହାକୁ ୟୁକ୍ରେନକୁ ଦିଆଯିବ ନାହିଁ ବୋଲି ବାଇଡେନ କହିଥିଲେ । ଏହା ପୂର୍ବରୁ ଶୁକ୍ରବାର ୱାଶିଂଟନ ପୋଷ୍ଟ ଏହାର ରିପୋର୍ଟରେ ଲେଖିଥିଲା ଯେ ୟୁକ୍ରେନକୁ ହାଇ ମୋବିଲିଟି ଆର୍ଟିଲେରି ରକେଟ୍‌ ସିଷ୍ଟମ୍ (ଏଚଆଇଏମ୍ଏଆରଏସ୍‌) ଦେବାକୁ ଆଗ୍ରହ ପ୍ରକାଶ କରିଛି। ଆମେରିକାର ଏପରି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ରୁଷ୍ ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଡିମିଟ୍ରି ମେଦଭେଦେଭ କହିଛନ୍ତି ଯେ ୱାଶିଂଟନର ନିଷ୍ପତ୍ତି ଏକ ବାଧ୍ୟବାଧକତା। ତେବେ ଶେଷରେ ଆମେରିକା ୟୁକ୍ରେନ୍‍କୁ ଅତ୍ୟାଧୁନିକ ରକେଟ୍‍ ପଠାଇବା ବିଷୟ ସୁନିଶ୍ଚିତ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories