www.samajalive.in
Tuesday, December 9, 2025
15.1 C
Bhubaneswar

ଶତ୍ରୁସୋଲ ଗାଁ ପରିଦର୍ଶନ କଲେ ୩୮ ଜଣିଆ ଅଧିକାରୀ ଦଳ

ଗଞ୍ଜାମ: ଭାରତୀୟ ପ୍ରଶାସନିକ ସେବା ଓ ରୟାଲ ଭୁଟାନ ସିଭିଲ ସର୍ଭିସ ୨୦୨୧ ବ୍ୟାଚର ଏକ ୩୮ ଜଣିଆ ଅଧିକାରୀ ଦଳ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ରହିଛନ୍ତି ।  ବୁଧବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ଉକ୍ତ ଟିମ ବାତ୍ୟା ଆଶ୍ରୟସ୍ଥଳୀ, ଆଦର୍ଶ ଗାଈ ଗୁହାଳ, ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ସେମାନଙ୍କୁ ପ୍ରଥମେ ଗ୍ରାମରେ ପହଞ୍ଚିବା ସମୟରେ ବ୍ଲକ ପ୍ରଶାସନ ଓ ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ସ୍ୱାଗତ ସମର୍ଦ୍ଧନା ଦିଆଯାଇଥିଲା ।  ପରେ ବାଦ୍ୟ ବାଜଣା ସହକାରେ ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ପରେ ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଛତ୍ରପୁର ଓଡିଆର୍ପି ଟିମ ଓ ସ୍ଥାନୀୟ ସ୍ୱୟଂସିଧା ଟିମଙ୍କ ସହଯୋଗରେ ଅଗ୍ନିକାଣ୍ଡ ଘଟିଥିବା ଛାତ ଉପରୁ ଉଦ୍ଧାର କାର୍ଯ୍ୟର “ମକଡ୍ରିଲ “ପ୍ରଦର୍ଶନ ପରିଦର୍ଶନରେ ଆସିଥିବା ଅଧିକାରୀ ମାନେ ଦେଖିଥିଲେ।

ଦଳର ମୁଖ୍ୟ ତଥା ଯୁଗ୍ମ ନିର୍ଦେଶିକା ରାଧିକା ରାସ୍ତୋଗୀ ପୂର୍ବଦିନ ଉକ୍ତ ଗ୍ରାମରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ରାୟ, ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ସିଡିପିଓ ସଲୀଳା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗ୍ରାମ୍ୟ ସଭାପତି ଆର୍ତ୍ତତ୍ରାଣ ପଲାଇ, କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା, ବି.ପି.ଏମ୍ ଜଳନ୍ଧର ମହାରଣା ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମର ଭଦ୍ରବ୍ୟକ୍ତି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories