www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ୱ ଦୁଗ୍ଧ ଦିବସ : ଜାଣନ୍ତୁ କିଛି ରୋଚକ କଥା

ଆଜି ବିଶ୍ୱ ଦୁଗ୍ଧ ଦିବସ । କ୍ଷୀରକୁ ସମ୍ପୂର୍ଣ୍ଣ ଖାଦ୍ୟ ବୋଲି କୁହାଯାଏ,କାରଣ ଏହା ଅନେକ ପେ।ଷକ ତତ୍ତ୍ୱରେ ଭରପୁର । କ୍ଷୀର କେବଳ ପିଲାଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକ ବୟସର ବ୍ୟକ୍ତି ଏହାକୁ ପିଇବା ଖୁବ ଲାଭଦାୟକ । ଅନେକ ଅଧ୍ୟୟନରୁ ଜଣାପଡିଛି,ଯେଉଁମାନେ ପିଲାବେଳେ କ୍ଷୀର ସେବନ ନକରନ୍ତି,ସେମାନଙ୍କର ବୟସ ବଢିବା ଅନୁଯାୟୀ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଜାଣନ୍ତୁ କ୍ଷୀର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା……
ଯେଉଁମାନଙ୍କର ଓଜନ ଖୁବ କମ ସେମାନେ ନିୟମିତ କ୍ଷୀର ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିୟମିତ କ୍ଷୀର ପିଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ କାର୍ଯ୍ୟ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ ।
ପ୍ରାଚୀନ କାଳରୁ ହିଁ ଭାରତ ଓ ଅନ୍ୟ ଦେଶମାନଙ୍କରେ କ୍ଷୀରକୁ ଦେବତା ମାନଙ୍କ ଭୋଜନ ବୋଲି କୁହାଯାଏ । ତେଣୁ ଏହାକୁ ସର୍ବଦା ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ କୁହାଯାଏ ।
ବ୍ୟାୟାମ କରିବା ପରେ କ୍ଷୀର ନିଶ୍ଚୟ ପିଅନ୍ତୁ । ଏହାଦ୍ୱାରା ଥକ୍କାପଣ ଖୁବ ଶୀଘ୍ର ଦୂର ହୋଇଥାଏ । ଏଥିରେ ଯଥେଷ୍ଟ ପରିମାଣରେ ପ୍ରୋଟିନ ରହିଛି ।
ଏକ ଗ୍ଲାସ କ୍ଷୀରରେ ସାମାନ୍ୟ ମିଶ୍ରି ମିଶାଇ ପିଇବା ଦ୍ୱାରା ଅଧିକ ସମୟ ଯାଏଁ ସତେଜ ଅନୁଭବ କରିବେ । ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ ।
କ୍ଷୀରରେ ମନୁଷ୍ୟ ପାଇଁ ଆବଶ୍ୟକୀୟ ୯ଟି ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏଥିରେ କ୍ୟାଲସିୟମ,ଫସଫରସ,ଭିଟାମିନ ଏ, ଭି-୧୨, ପ୍ରୋଟିନ,କାର୍ବୋହାଇଡ୍ରେଟ ଆଦି ରହିଛି । ଭିଟାମିନ ଏହାସହ ଅନ୍ୟାନ୍ୟ ବହୁ ପୋଷକ ମଧ୍ୟ ରହିଛି। କ୍ୟାଲସିୟମ ହାଡ଼ ଓ ଦାନ୍ତକୁ ଶକ୍ତ ରଖିବା ପାଇଁ ଖୁବ ଲାଭକାରୀ ଅଟେ।
ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ।
ପୋଟାସିୟମ ରକ୍ତ ଚାପର ସମସ୍ୟାକୁ ଦୂର କରିଥାଏ। ରକ୍ତଚାପକୁ ନିୟନ୍ତ୍ରିତ ମଧ୍ୟ କରିଥାଏ।
ଫରଫରସ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ସୁସ୍ଥ ରଖିଥାଏ।
ଭିଟାମିନ ବି ୧୨ ଲାଲ ରକ୍ତ କୋଷିକା ଓ ସ୍ନାୟୁ ଗୁଡ଼ିକୁ ସୁସ୍ଥ ରଖିଥାଏ।
କ୍ଷୀରରେ ଥିବା ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଚକ୍ଷୁ ଓ ଚର୍ମର ସମସ୍ୟାକୁ ଦୂର କରିଥାଏ।
ନିୟମିତ କିଛି ପରିମାଣରେ କ୍ଷୀର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ ହେଉଛି ତେବେ ସରରେ କିଛି ମହୁ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ନିଜେ ଏହାର ଚତ୍ମକାରିତା ଅନୁଭବ କରିବେ। ଏହାକୁ ନିୟମିତ ମୁହଁରେ ଲଗାଇଲେ ବହୁ ଦାମୀ କ୍ରିମ ତୁଳନାରେ ଏହା ତ୍ୱଚାର ଚମକକୁ ଖୁବ ଶୀଘ୍ର ବୃଦ୍ଧି କରିଥାଏ।
କ୍ଷୀର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।
ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।
ଏହାର ଚମତ୍କାରୀ ଗୁଣ……
ପାଗ ପରିବର୍ତ୍ତନ ସମୟରେ ଅନେକ ଲୋକଙ୍କର ଥଣ୍ଡା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ କ୍ଷୀର ଓ ତୁଳସୀର ମିଶ୍ରଣ ସର୍ବୋତ୍ତମ।
ମୁଣ୍ଡ ବିନ୍ଧା କିମ୍ବା ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବାକୁ ନିୟମିତ କ୍ଷୀର ଓ ତୁଳସୀର ସେବନ କରନ୍ତୁ।
ଚିନ୍ତାଗ୍ରସ୍ତ ତଥା ମାନସିକ ଦୁଶ୍ଚିନ୍ତା ରହୁଥିଲେ କ୍ଷୀରରେ ତୁଳସୀ ପତ୍ର ପକାଇ ଏହାକୁ କିଛି ସମୟ ଫୁଟାଇ ପିଅନ୍ତୁ। ଏହି ସମସ୍ୟା ଦୂର ହେବ।
ଯେଉଁମାନଙ୍କର ହୃଦୟ ଜନିତ ସମସ୍ୟା ରହୁଛି, ସେମାନେ ନିୟମିତ ଭାବେ ଖାଲି  ପେଟରେ ତୁଳସୀ ଓ କ୍ଷୀର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।
ତୁଳସୀ ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଥଣ୍ଡା ପାଇଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।
ହଳଦୀ କ୍ଷୀରକୁ ‘ସୁନେଲି କ୍ଷୀର’ ରୂପରେ ଜଣାଯାଏ। କ୍ଷୀରରେ ହଳଦୀ ସହ ଡାଲଚିିନି ଓ ଅଦା ମିଶାଇ ପିଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରୁ ରୋଗ ଶରୀରରୁ ଦୂରେଇ ରହିଥାଏ।
ନିୟମିତ ରୂପରେ ଏହାର ସେବନ କରିବା ଦ୍ୱାରା ବିଶେଷ ଲାଭଦାୟକ।
ହଳଦୀ କ୍ଷୀର ପିଇବା ଅଭ୍ୟାସ ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହେବା ସହ ବିଭିନ୍ନ ଯନ୍ତ୍ରଣା ଦୂର ହୋଇଥାଏ। ହଳଦୀରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି।
ମଧୁମେହ ରୋଗୀଙ୍କ ପାଇଁ ହଳଦୀ କ୍ଷୀର ପିଇବା ବେଶ ଲାଭଦାୟକ। ଏହାସହ ରକ୍ତରେ ଶର୍କରାର ମାତ୍ରା ୨୯ ପ୍ରତିଶତ କମ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ହଳଦୀ କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।
ପ୍ରତିଦିନ ୧-୬ ଗ୍ରାମ ଡାଲଚିନି,ସାମାନ୍ୟ ହଳଦୀ,କ୍ଷୀର ମିଶାଇ ପିଅନ୍ତୁ।
ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବା ଏହା ଏକ ଉତ୍ତମ ସ୍ରୋତ।
କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ।
କ୍ଷୀରର ଶୁଦ୍ଧତା ପରୀକ୍ଷା କରିବାର ଉପାୟ…….
କ୍ଷୀରରେ ପାଣି ମିଶିଥିଲେ ….
କ୍ଷୀରରେ ଯଦି ପାଣି ମିଶିଥାଏ, ତେବେ ଏହାକୁ ପରୀକ୍ଷା କରିବା ପାଇଁ ଏକ ସମତଳ ପୃଷ୍ଠରେ କ୍ଷୀର ବୁନ୍ଦାଏ ନେଇ ପକାନ୍ତୁ। ଏଥିରେ ପାଣି ମିଶିଥିଲେ ଏହା ସଙ୍ଗେ ସଙ୍ଗେ ଗଡ଼ି ଆସିବ ଓ ଯେଉଁ ଧାରାରେ ଗଡ଼ିଥିବ କୌଣସି ଚିହ୍ନ ରହିବ ନାହିଁ। ସେପରି ଯଦି କ୍ଷୀରରେ ପାଣି ମିଶିନଥାଏ ତେବେ ଏହା ସମତଳ ପୃଷ୍ଠରେ ପକାଇବା ପରେ ସ୍ଥିର ହୋଇ ରହିବ କିମ୍ବା ଯେଉଁ ଧାରାରେ ବହିବ ସେଠାରେ ଧଳାରଙ୍ଗର ଦାଗ ସୃଷ୍ଟି ହେବ।
କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିଲେ ….
ସମ ପରିମାଣରେ କ୍ଷୀର ଓ ପାଣି ନିଅନ୍ତୁ। ଏହାକୁ ଏକ ବୋତଲରେ ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିଥିବ ଫେଣ୍ଟିବା ପରେ ବୋତଲ ଭିତରେ ସର ଭଳି ମୋଟାର ଏକ ଆସ୍ତରଣ ସୃଷ୍ଟି ହେବ।
ଯେଉଁ କ୍ଷୀରରେ ଡ଼ିଟରଜେଣ୍ଟ ମିଶିନଥିବ ଫେଣ୍ଟିବା ପରେ ଖୁବ ପତଳା ଧରଣର ଆସ୍ତରଣ ସୃଷ୍ଟି ହେବ।
କ୍ଷୀରରେ ପାଉଡ଼ର ମିଶିଥିଲେ ….
କ୍ଷୀରରେ ପାଉଡ଼ର କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ମିଶିଥିଲେ ଏହାକୁୁ ପରୀକ୍ଷା କରିବା ପାଇଁ ଅନ୍ୟ ଏକ ସହଜ ଉପାୟ ହେଉଛି କିଛି କ୍ଷୀରରେ ଆୟୋଡ଼ିନର କିଛି ବୁନ୍ଦା ମିଶାନ୍ତୁ। ଏହାପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ନୀଳ ରଙ୍ଗ ହେବ। ଯାହା କ୍ଷୀରରେ ଅନ୍ୟ ଦ୍ରବ୍ୟ ମିଶିଥିବା ପ୍ରମାଣ ଦେଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories