www.samajalive.in
Tuesday, December 9, 2025
16.1 C
Bhubaneswar

ବେଆଇନ ସମ୍ପତ୍ତି ଆହରଣ ମାମଲାରେ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଡେସ୍କ: ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ବେଆଇନ ସମ୍ପତ୍ତି ଆହରଣ ମାମଲାରେ ୫୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ତାଙ୍କର ଚାରିଟି ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦଣ୍ଡାଦେଶ ଘୋଷଣା ସମୟରେ ଶ୍ରୀ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ।

ସ୍ୱତନ୍ତ୍ର ବିଚାରପତି ବିକାଶ ଧୁଲ୍ ଗତ ସପ୍ତାହରେ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ କହିଥିଲେ ଯେ ଅଭିଯୁକ୍ତ ତାଙ୍କ ଆୟର ଉତ୍ସ କିମ୍ବା କେଉଁ ମାଧ୍ୟମରେ ସମ୍ପତ୍ତି ହାସଲ କରିଛନ୍ତି ତାର ସନ୍ତୋଷଜନକ ହିସାବ ଦେବାରେ ବିଫଳ ହୋଇଛନ୍ତି।ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ଏତଲା ଅନୁଯାୟୀ ଓମ୍ ପ୍ରକାଶ ଚୌତାଲା ୧୯୯୯ ଜୁଲାଇ ୨୪ରୁ ୨୦୦୫ ମାର୍ଚ୍ଚ ୫ ମଧ୍ୟରେ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ସହ ମିଶି ୧ ହଜାର ୪୬୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ନିଜ ନାମରେ କରିଥିଲେ।

- Advertisement -

ଏତଲାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଅଭିଯୁକ୍ତମାନେ ବିପୁଳ ଧନ ସଂଗ୍ରହ କରି ହଜାର ହଜାର ଏକର ଜମି, ମଲ୍ଟି କମ୍ପ୍ଲେକ୍ସ, ଆବାସିକ ଘର, ହୋଟେଲ, ଫାର୍ମହାଉସ୍, ବ୍ୟବସାୟ ଏଜେନ୍ସି, ପେଟ୍ରୋଲ୍ ପମ୍ପ ଏବଂ ଅନ୍ୟାନ୍ୟ ଆକାରରେ ବିନିଯୋଗ କରିଥିଲେ। ସେମାନଙ୍କ ନାମରେ ନଗଦ ଏବଂ ଅଳଙ୍କାର ବ୍ୟତୀତ ୪୩ଟି ଅସ୍ଥାବର ସମ୍ପତ୍ତି ଜମା ହୋଇଛି। ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬ କୋଟି ୯ ଲକ୍ଷ ୭୯ ହଜାରରୁ ଅଧିକ ହିସାବ କରାଯାଇଥିଲା ଏବଂ ଏହା ତାଙ୍କ ଆୟର ୧୮୯.୧୧% ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories