www.samajalive.in
Monday, December 8, 2025
20.1 C
Bhubaneswar

ପାରାଦୀପରେ ଫାଟିଲା ତେଲ ପାଇପ୍‌

ପାରାଦୀପ: ପାରାଦୀପରେ ଆଇଓସିଏଲ ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌। ଗୁରୁବାର ଆଇଓସିଏଲର ହଳଦୀଆରୁ-ପାରାଦ୍ଵୀପ ପାଇପ ଲାଇନ୍ ନିହାରୁଣି ୬ ନମ୍ବର ଟାଉନସିପ ସମ୍ମୁଖରେ ଅଶୋଧିତ ତେଲ ପାଇପଲାଇନ ଫାଟିଥିବା ସୂଚନା ମିଳିଛି।

କୌଣସି କାରଣରୁ ପାଇପ ଫାଟି ହଜାର ହଜାର ଲିଟର କଳା ତେଲ ଲହଡା ମାରୁଛି। ୨୦୦ମିଟର ତଳୁ ପୋତା ହୋଇଥିବା ପାଇପ କେମିତି ଫାଟିଲା ତା’ର କାରଣ ଜଣାପଡିନାହିଁ।  ଆଇଓସିଏଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଯେପରି କୌଣସି ଦୁର୍ଘଟଣା ନହେବ ତାହାକୁ ଦୃଷ୍ଟିରେ ରଖି ରାସ୍ତା ବନ୍ଦ କରିଦିଆଯାଇଛି। ସେଠାକୁ କାହାକୁ ଯିବାକୁ ଦିଆଯାଉ ନଥିବା ଜଣାପଡ଼ିଛି।

- Advertisement -

ଅପରପକ୍ଷେ, ହଳଦିଆରୁ ପାରାଦୀପ ଆସିଥିବା ପାଇପ ଫାଟିବା ସହିତ ପ୍ରବଳ ବିସ୍ଫୋରଣରେ ତେଲ ନିର୍ଗତ ହୋଇ ନିହାରୁଣୀ ଗ୍ରାମ୍ୟ ଜଙ୍ଗଲର ବହୁ ପରିମାଣର ବୃକ୍ଷ ସହ ଲଗା ହୋଇଥିବା ଫଳ ଗଛ ଚାରା କ୍ଷତି ଘଟିଛି। ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କ୍ଷତି ଭରଣା କରନ୍ତୁ ବୋଲି ଅନୁରୋଧ କରିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ନିହାରୁଣି ଗ୍ରାମ୍ୟ ଜଙ୍ଗଲର ସଭାପତି।

 

 

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories