www.samajalive.in
Wednesday, December 10, 2025
26.1 C
Bhubaneswar

ହରଭଙ୍ଗା ପଶୁ ଚିକିତ୍ସାକେନ୍ଦ୍ରରେ ମିଳୁନି ମୌଳିକ ସୁବିଧା

ହରଭଙ୍ଗା: ମୋ-ସରକାର ୫ଟିରେ ପଶୁ ଚିକିତ୍ସା ବିଭାଗକୁ ସାମିଲ ପରେ ବି ସରକାରୀ କାର୍ଯ୍ୟାଳୟର ଅବସ୍ଥା ସୁଧୁରିବାରେ ନାଁ ଧରୁନି। ପାଣି, ବିଜୁଳି, ଷ୍ଟାଫ କ୍ୱାର୍ଟର ଭଳି ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ସରକାରୀ ବାବୁମାନେ କାର୍ଯ୍ୟ କରିବାକୁ ରାଜି ହେଉନାହାନ୍ତି। ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ର ଉପରେ କୁଶଙ୍ଗ, ମହାଲ୍ଲିକପଡା, ଛତ୍ରଙ୍ଗ, ସଙ୍କୁଲେଇ, ହରଭଙ୍ଗା ଭଳି ୫ଟି ପଞ୍ଚାୟତର ୫୦ହଜାରରୁ ଅଧିକ ଜନସାଧାରଣ ନିର୍ଭର କରନ୍ତି। ଦୀର୍ଘ ୧୧ବର୍ଷ ହେଲା ଉକ୍ତ ପଶୁ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପ୍ରାଣୀଧନ ଡାକ୍ତର ପଦବୀ ପୂରଣ ହୋଇଛି। ମାତ୍ର ଡାକ୍ତରଖାନାରେ ସର୍ବନିମ୍ନ ପିଇବା ପାଣି ସୁବିଧା ନଥିବା ଜଣାପଡିଛି। ପଶୁ ଚିକିତ୍ସା କେନ୍ଦ୍ର ପରିସରରେ ଏକମାତ୍ର ନଲକୂପ ରହିଛି। ମାତ୍ର ଏଥିରୁ ଫ୍ଲୋରାଇଡ ମିଶା ନାଲି ପାଣି ବାହାରୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସେହିପରି ରକ୍ଷଣାବେକ୍ଷଣା ଏବଂ ମରାମତି ଅଭାବରୁ ପଶୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟାଳୟର ରଙ୍ଗ, କବାଟ, ଝରକା ଇତ୍ୟାଦି ଧୁସର ହୋଇ ଦୟନୀୟ ଅବସ୍ଥାରେ ରହିଛି। ଡାକ୍ତରଖାନା ମୁଖ୍ୟ ଫାଟକ ରହିଥିବାବେଳେ ଉପର ଫଳକରେ ଚିକିତ୍ସା କେନ୍ଦ୍ରର ନାଁ ନଥିବାରୁ ଏହା ସରକାରୀ କାର୍ଯ୍ୟାଳୟ ଭଳି ଆଦୌ ଜଣାପଡୁନାହିଁ।

ସରକାର ୫ଟି ମୋ –ସରକାରରେ ସମସ୍ତ ସୁବିଧା ଯୋଗାଇଦେବାକୁ ଡିଣ୍ଡିମ ପିଟୁଥିବାବେଳେ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରର ଦୟନୀୟ ଅବସ୍ଥା ସରକାରୀ ନାରାକୁ ପଦାରେ ପକାଇଛି। ୫ଟି ସଚିବ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ହରଭଙ୍ଗା ଭଳି ସାରା ରାଜ୍ୟରେ ରହିଥିବା ପଶୁ ଚିକିତ୍ସା କେନ୍ଦ୍ରଗୁଡିକର ଆନୁସଙ୍ଗିକ ଭିତିଭୂମି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ଉଠୁଛି।ତୁରନ୍ତ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରର ଦୟନୀୟ ଅବସ୍ଥାରେ ସୁଧାର ଆଣିବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories