www.samajalive.in
Monday, December 8, 2025
27.1 C
Bhubaneswar

ଡମପଡ଼ାଗଡ଼ରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ

ବାଙ୍କୀ: ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା ପଞ୍ଚାୟତରେ ଗୋଟିଏ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଶନିବାର ବ୍ଲକ ପଦାଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୂର୍ବତନ ବିଧାୟକ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସ୍ଥାନୀୟ ପ୍ରତିମ କୁମାରୀ ବିଦ୍ୟାମନ୍ଦିରର କ୍ରୀଡା ପ୍ରାଙ୍ଗଣରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ନିର୍ମାଣ ଓ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ପରିଦର୍ଶନ ହୋଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ୩୮ନଂ ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ମଦନମୋହନ ସାମନ୍ତରାୟ, ଡମପଡ଼ା ସରପଞ୍ଚ ପ୍ରତିନିଧି ଭବାନୀଶଙ୍କର ପରିଜା, ଡମପଡ଼ା ବ୍ଲକ ବିଡିଓ ଶ୍ୟାମଳ କୁମାର ରାୟ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ପ୍ରମୁଖ ଏହି କ୍ଷେତ୍ର ପରିଦର୍ଶନରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଡମପଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ, ମାର୍କେଟ ମଲ ଏବଂ ପ୍ରତିମକୁମାରୀ ବିଦ୍ୟାମନ୍ଦିରର ଆବଶ୍ୟକ ଗୃହ ନିର୍ମାଣ ଆଦି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ପୂର୍ବତନ ବିଧାୟକ ଆଲୋଚନା ଓ ପରାମର୍ଶ ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories