www.samajalive.in
Tuesday, December 9, 2025
16.1 C
Bhubaneswar

ଲାଞ୍ଜିଗଡ଼ ବିଧାୟକଙ୍କ ରାବଣଧାରାରେ ସମୀକ୍ଷା ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡିର ଶୋଭାବର୍ଦ୍ଧନ କରୁଛି ଭଟ୍ଟାଙ୍ଗପଦର ସ୍ଥିତ ରାବଣଧାରା ଜଳପ୍ରପାତ। ଏହି ଜଳପ୍ରପାତକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଏହାର ଉନ୍ନୟନ କାମ ପାଇଁ ଆଇଏପି, ବିଧାୟକ ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଏହିଭଳି ବିଭିନ୍ନ ପାଣ୍ଠିରୁ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ କରାଯାଉଛି। ବର୍ତ୍ତମାନ ଲାଞ୍ଜିଗଡ଼଼ ବିଧାୟକ ତଥା ଡବ୍ଲ୍ୟୁଡିସି ସଦସ୍ୟ ପ୍ରଦୀପ କୁମାର ଦିଶାରୀ ଡବ୍ଲ୍ୟୁଡିସି ଫଣ୍ଡରୁ ରାବଣଧାରାର ସୌନ୍ଦର୍ଯ୍ୟକରଣ ପାଇଁ ୩୦ଲକ୍ଷ ଟଙ୍କା ପାଣ୍ଠି ଯୋଗାଇ ଦେଇଥିବା ବେଳେ ଏହି ଅର୍ଥରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି ଏବଂ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ବିନିମୟରେ ଏକ ଶିଶୁଉଦ୍ୟାନ ନିର୍ମାଣ କରାଯାଇଛି। ଏହାକୁ ନେଇ ଆଜି ବିଧାୟକ ଶ୍ରୀ ଦିଶାରୀ ଏକ ସମୀକ୍ଷା ବୈଠକ କରି ସମସ୍ତ ଉନ୍ନୟନମୂଳକ କାମ ତଦାରଖ କରିଥିଲେ। ହେଲେ ଆଜିର ଏହି ସମୀକ୍ଷା ବୈଠକରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫଓ ଲାଡେ ଗଜାନନ ଦୟାନନ୍ଦ ଓ ରେଞ୍ଜର ପଦ୍ମନାଭ କୁମାର ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିଥିବା ଯୋଗୁଁ ବିଧାୟକ ଶ୍ରୀ ଦିଶାରୀ ଅସନ୍ତୋଷ ପ୍ରକାଶ କରିଥିଲେ।

ରାବଣଧାରା ଜଳପ୍ରପାତରେ ଉନ୍ନୟନମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଧାୟକଙ୍କ କହିବା ସତ୍ତ୍ବେ ମଧ୍ୟ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ସନ୍ଦେହ ସୃଷ୍ଟି କରୁଛି। କେବଳ ୨ଜଣ ଫରେଷ୍ଟଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ସମୀକ୍ଷା ବୈଠକକୁ ପଠେଇ ଦେଇ ଅନ୍ୟ କାମ ଦର୍ଶାଇ ନିଜେ ଶିତତାପ ନିୟନ୍ତ୍ରଣ କକ୍ଷରେ ବସିରହିବା କେତେଦୂର ଯୁକ୍ତିଯୁକ୍ତ। ରାବଣଧାରା ଜଳପ୍ରପାତ ଏକ ପର୍ଯ୍ୟଟନ ସ୍ଥଳି ଭାବେ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବାକୁ ଯାଉଥିବା ବେଳେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଭିଡ ଜମୁଛି। ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ଭଟ୍ଟାଙ୍ଗପଦରଠାରୁ ରାବଣଧାରା ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ପାର୍ଶ୍ବରେ ଗଛ ଲଗାଇବା ପାଇଁ ଫରେଷ୍ଟର ଲୋକନାଥ ପୋଡକୁ ନିର୍ଦେଶ ଦେଇଥିଲେ। ରାବଣଧାରାକୁ ସଂଯୋଗ କରୁଥିବା ଭଟ୍ଟାଙ୍ଗଡପଦର ନିକଟରେ ଏକ ମୁଖ୍ୟଗେଟ କରିବାର ପରିକଳ୍ପନା କରିଛନ୍ତି ବିଧାୟକ। ପର୍ଯ୍ୟଟକଙ୍କ ରହିବା ପାଇଁ ୪ଗୋଟି କୁଟିର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧କୋଟି ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ ବିଧାୟକ ଶ୍ରୀ ଦିଶାରୀ। ଏହି ଗସ୍ତରେ ଭଟ୍ଟାଙ୍ଗପଦରଠାରେ ଜନସାଧାରଣ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଭଟ୍ଟାଙ୍ଗପଦର ସମିତିସଭ୍ୟ ରୁପେନ୍ଦ୍ର ଛର୍ତିଆ, ସମାଜସେବୀ ରୁତୁରାଜ ମାଝୀ, ଶିବରାମ ପାତ୍ର, ବିଜେଡି ଜିଲ୍ଲା ଯୁବ ସମ୍ପାଦକ ଆଶୁତୋଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାବଣଧାରା ବନସୁରକ୍ଷା ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ରାବଣଧାରା ଜଳପ୍ରପାତରେ କ’ଣ ସବୁ ସମସ୍ୟା ରହିଛି ବିଧାୟକଙ୍କ ସହିତ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories