www.samajalive.in
Monday, December 8, 2025
27.1 C
Bhubaneswar

ମହାତ୍ମା ଗାନ୍ଧୀ ଆନ୍ତର୍ଜାତିକ ସ୍ବଚ୍ଛତା ସମ୍ମିଳନୀ ; ସ୍ୱଚ୍ଛ ବିଶ୍ୱ ଗଠନ ପାଇଁ ଆହ୍ବାନ

ନୂଆଦିଲ୍ଲୀ : ସ୍ୱଚ୍ଛ ବିଶ୍ୱ ଗଠନ ପାଇଁ ସାମଗ୍ରିକ ପ୍ରୟାସ ଏବଂ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ। ସ୍ୱଚ୍ଛତା ଦିଗରେ ଭାରତ ନେଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‍ ଏଥିପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ସ୍ୱଚ୍ଛତା ଦିଗରେ ନେଇଥିବା ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇବା ସହ ସ୍ୱଚ୍ଛ ଭାରତ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଚାରି ଦିନ ଧରି ଚାଲିଥିବା ମହାତ୍ମାଗାନ୍ଧି ଆନ୍ତର୍ଜାତିକ ସ୍ବଚ୍ଛତା ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ ଗୁଟେରସ୍‍ କହିଛନ୍ତି, ଭାରତ ଭଳି ଦେଶ ବିକାଶ ଲକ୍ଷ୍ୟ ହାସଲ ଦିଗରେ ସଫଳତା ପାଇବାକୁ ହେଲେ ସ୍ୱଚ୍ଛତା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବାକୁ ହେବ । ଭାରତ ହେଉଛି ସମସ୍ତଙ୍କ ପାଇଁ ଏକ ଉଦାହରଣ, ଯେଉଁଠି ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ସ୍ୱଚ୍ଛତା ଭଳି ଲକ୍ଷ୍ୟ ହାସଲ କରାଯାଇପାରିଛି ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ନିଜ ଅଭିଭାଷଣରେ ସ୍ୱଚ୍ଛ ବିଶ୍ୱ ଗଠନ ଦିଗରେ  ୪ଟି ‘ପି’ର କଥା କହିଛନ୍ତି । ରାଜନୈତିକ ନେତୃତ୍ୱ, ଜନତାଙ୍କ ଅର୍ଥ, ଜନସାଧାରଣଙ୍କ ସହଭାଗିତା ଏବଂ ସହଯୋଗ ସ୍ୱଚ୍ଛ ବିଶ୍ୱ ଗଠନ ଦିଗରେ ପ୍ରମୁଖ ମାଇଲ୍‍ଖୁଣ୍ଟ ବୋଲି କହିଛନ୍ତି ।  ସରକାର ପରିମଳ ଏବଂ ପୁଷ୍ଟି ସାଧନ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । ସେ କହିଛନ୍ତି ସ୍ୱଚ୍ଛ ଭାରତ ମିଶନ ଜରିଆରେ ସାଧାରଣ ଲୋକଙ୍କ ଚାଲିଚଳନରେ ପରିବର୍ତ୍ତନ ଘଟିଛି। ଗ୍ରାମ୍ୟ ଶୌଚାଳୟ ୨୦୧୪ ମସିହାରେ ୩୮ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୯୪ ପ୍ରତିଶତରେ ପହଞ୍ଚିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଅବସରରେ କହିଛନ୍ତି, ସାରା ବିଶ୍ୱର ୫୩ଟି ଦେଶର ପରିମଳ ମନ୍ତ୍ରୀ ଏବଂ ୬୮ଟି ଦେଶର ୧୬୦ରୁ ଅଧିକ ଆନ୍ତର୍ଜାତିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସାରା ବିଶ୍ୱରେ ଜଳ, ପରିମଳ ଏବଂ ସୁସ୍ଥ ପରିବେଶର ବାର୍ତ୍ତା ସମସ୍ତଙ୍କୁ ନିକଟତର କରାଇପାରିଛି। ଏହି ଅବସରରେ ଆଜି ସ୍ୱଚ୍ଛ ଭାରତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି। ୧୨୪ଟି ଦେଶରୁ ଆସିଥିବା ଗାୟକ-ଗାୟିକାମାନେ ଗାନ୍ଧିଜୀଙ୍କ ଅତି ପ୍ରିୟ ଭଜନ “ବୈଷ୍ଣବ ଜନ…” ପରିବେଷଣ କରିଛନ୍ତି, ଯାହା ଆଜି ଉନ୍ମୋଚିତ ହେବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories