ଡେସ୍କ: କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ବେଙ୍ଗାଲୁରୁର ପୁଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ନକଲି ବୋମା ଧମକ ଦିଆଯାଇଥିବା ଜଣାପଡିଛି। ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ବିମାନବନ୍ଦର ପୁଲିସ ନିୟନ୍ତ୍ରଣ କକ୍ଷରେ ଏକ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ନକଲି ବୋମା ଧମକ ସମ୍ପର୍କିତ କଲ ରେକର୍ଡ କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଜଣେ ଅଜ୍ଞାତ ବ୍ୟକ୍ତି ସକାଳ ୩ଟାରେ କଣ୍ଟ୍ରୋଲ ରୁମକୁ କଲ କରିଥିଲେ ଏବଂ ପରେ ସେହି ସୂଚନା ବିମାନ ବନ୍ଦର ପୁଲିସକୁ ପଠାଯାଇଥିଲା। ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ଡେପୁଟି କମିଶନର ଅନୁପ ଶେଟ୍ଟୀ କହିଛନ୍ତି ଯେ ଆମେ ଏକ ବୋମା ବିଷୟରେ ସୂଚନା ପାଇଛୁ ଏବଂ ସିଆଇଏସ୍ଏଫ୍ ସହିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛୁ।



