www.samajalive.in
Monday, December 8, 2025
24.1 C
Bhubaneswar

ଭାତ ଖାଇଲେ ମିଳେ ଅନେକ ଲାଭ

ଭାରତ ଦେଶରେ ଭାତ ଏକ ମୁଖ୍ୟ ଭୋଜନ। ଭାତ ପ୍ରସ୍ତୁତ କରିବା କଷ୍ଟକାମ ମଧ୍ୟ ନୁହେଁ। ଏହା ସହଜରେ ପ୍ରସ୍ତୁତ ହୋଇଯାଏ। ଅଧିକାଂଶ ଲୋକଙ୍କୁ ଭାତ ଖାଇବା ବେଶ ପସନ୍ଦ। ଲୋକେ ଭିନ୍ନ ଭିନ୍ନ ଉପାୟରେ ଭାତ ଖାଇ ଥାଆନ୍ତି। କିଛି ଫ୍ରାଏ ରାଇସ, କିଛି ରାଜମା ଚାଉଳ ଖାଇବା ପସନ୍ଦ କରିଥାଆନ୍ତି। ଚାଉଳରେ କାର୍ବୋହାଇଡ୍ରେଟ ମିଳିଥାଏ। ଏଥିରେ ପ୍ରୋଟିନ, କ୍ୟାଲସିୟମ,ମାଗ୍ନେସିୟମ,ପୋଟାସିୟମ ଆଦି ରହିଥାଏ।
ଚାଉଳରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରୁ ମିଳୁଥିବା ଶକ୍ତିରୁ ଦୈନନ୍ଦିନ ଜୀବନର କାର୍ଯ୍ୟ କରିବାକୁ ବେଶ ସହାୟକ ହୋଇଥାଏ। ଏହି ଶକ୍ତି କାରଣରୁ କାମ ସହଜରେ କରି ହୋଇଥାଏ।
ଚାଉଳ ପେଟ ପାଇଁ ଖୁବ ଲାଭଦାୟକ। ଚାଉଳ ଭଲ ଭାବେ ଫୁଟିବା ପରେ ଏହାକୁ ସେବନ କରିବା ଦ୍ୱାରା ସହଜରେ ହଜମ ହୋଇଥାଏ। ଫଳରେ ପେଟ ଯନ୍ତ୍ରଣା ଓ ହଜମ ଜନିତ ସମସ୍ୟା ଦୂର ହୋଇଥାଏ। ତେଣୁ ପେଟ ଜନିତ ସମସ୍ୟା ଦୂର ପାଇଁ ଅନେକ ସମୟରେ ଭାତ ସହ ଦହି ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।
ଚାଉଳ ହଜମ କ୍ରିୟା ପାଇଁ ଖୁବ ଉତ୍ତମ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ପୋଷକ ତତ୍ତ୍ୱ ପହଞ୍ଚାଇଥାଏ। ଏହା ସୁଚାରୁ ରୂପେ କାର୍ଯ୍ୟ କରିଥାଏ। ଚାଉଳ ହଜମ କ୍ରିୟା ପାଇଁ ଖୁବ ଲାଭଦାୟକ। ହଜମ କ୍ରିୟା ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ।

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories