www.samajalive.in
Monday, December 8, 2025
17.1 C
Bhubaneswar

କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଦ୍ୟପାନ; ୪୨ଟି ବିମାନବନ୍ଦରରେ ମଦ୍ୟପାନ କରି କାମ କରୁଛନ୍ତି ୮୪ କର୍ମଚାରୀ, ୬୪% ଡ୍ରାଇଭର ମଦ୍ୟପ

ନୂଆଦିଲ୍ଲୀ: କର୍ମକ୍ଷେତ୍ରରେ ବଢ଼ୁଛି କର୍ମଚାରୀଙ୍କ ମଦ୍ୟପାନ । ଦେଶର ୪୨ଟି ବିମାନବନ୍ଦରରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଦ୍ୟପାନ କରୁଥିବାର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଡିଜିସିଏର ରିପୋର୍ଟ ଅନୁଯାୟୀ ଦେଶର ୪୨ଟି ବିମାନବନ୍ଦରର ୮୪ଜଣ କର୍ମଚାରୀ ମଦ୍ୟପାନ କରି କାମ କରୁଥିବା କୁହାଯାଉଛି । ତାହାଛଡ଼ା ବିମାନବନ୍ଦରରେ ନିୟୋଜିତ ହୋଇଥିବା ଡ୍ରାଇଭର ମାନଙ୍କ ମଧ୍ୟରୁ ୬୪% ଡ୍ରାଇଭର ମଦ୍ୟପାନ କରୁଥିବା ଜଣାପଡ଼ିଛି ।

ଡିଜିସିଏର ଏହି ରିପୋର୍ଟ ୨୦୨୧ ମାର୍ଚ୍ଚରୁ ୨୦୨୨ ଯାଏ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ୮୪ ଜଣ ମଦ୍ୟପ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ବିମାନବନ୍ଦରର ଅପରେଟର କର୍ମଚାରୀ ବୋଲି କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବିମାନବନ୍ଦର ପରି କାର୍ଯ୍ୟସ୍ଥଳୀରେ କର୍ମଚାରୀଙ୍କ ମଦ୍ୟପାନ ସମସ୍ତଙ୍କୁ ଚକିତ କରିଛି ।

- Advertisement -

ରିପୋର୍ଟର ତଥ୍ୟ ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ୍‌ ଷ୍ଟାଫ୍‌ (ଏଏଆଇ) ଦ୍ୱାରା ଚାଳିତ ୩୫ଟି ଏୟାରପୋର୍ଟରେ ୫୬ଜଣ କର୍ମଚାରୀ ମଦ୍ୟପାନ କରି କାମ କରୁଛନ୍ତି । ସେହିପରି ଆଦାନୀ ଗ୍ରୁପ୍‌ ଦ୍ୱାରା ଚାଳିତ ୪ଟି ବିମାନବନ୍ଦରରେ ୧୭ଜଣ । ଜିଏମଆର ଦ୍ବାରା ପରିଚାଳିତ ୨ଟି ବିମାନବନ୍ଦରରେ ୯ଜଣ ଓ ଫେୟାରଫ୍ୟାକ୍ସ ଇଣ୍ଡିଆ ଦ୍ୱାରା ପରିଚାଳିତ ବାଙ୍ଗାଲୋର ବିମାନବନ୍ଦରରେ ମଧ୍ୟ ୨ଜଣ ମଦ୍ୟପାନଦ କରି କାର୍ଯ୍ୟକରୁଥିବା କୁହାଯାଇଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories