www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ଅଗ୍ନିକାଣ୍ଡ ; ଧୂଆଁରେ ନିଶ୍ୱାସ ପାଇଁ ସଂଘର୍ଷ ,ଜୀବନ ପଛରେ ଗୋଡାଉଥିଲା ମୃତ୍ୟୁ

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟ ତିନି ମହଲା ବିଶିଷ୍ଟ କୋଠାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସକାଳ ଯାଏଁ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି। ଅନେକ ଲୋକେ ବର୍ତ୍ତମାନ ମଧ୍ୟ ନିଖୋଜ ଥିବା ସହ ସେମାନଙ୍କ ତଲାସି ଜାରି ରହିଛି। ଏଯାଏଁ ପ୍ରାୟ ୨୯ ଜଣ ନିଖୋଜ ଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରାଯାଇଛି। ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ଓ ୫ ଜଣ ପୁରୁଷ  ଅଛନ୍ତି ବୋଲି ଜଣାପଡିଛି।
ଏନଡିଆରଏଫ ଟିମ୍‍ ସମ୍ପୂର୍ଣ୍ଣ କୋଠାରେ ତଲାସି ଜାରି ରଖିଛି। ଏହାମଧ୍ୟରେ କୋଠାର ୨ୟ ମହଲାରୁ ମୃତଦେହର କିଛି ଅଂଶ ଜବତ କରାଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ୨୭ ମୃତଦେହରୁ ୨୫ ମୃତଦେହର ପରିଚୟ ମିଳିପାରି ନାହିଁ।
ଏହି ଅଘଟଣରେ ପିଡୀତ ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ତାଙ୍କ ପତ୍ନୀ ନିଖୋଜ ରହିଛନ୍ତି। ସେ ତାଙ୍କ ସହ ଗତକାଲି ୪ଟା୧୦ରେ କଥା ହୋଇଥିଲେ। ମାତ୍ର ସେହି ସମୟ ପରଠାରୁ ଫୋନ ରିଙ୍ଗ ହେଉଥିଲେ ମଧ୍ୟ କେହି ଉଠାଉ ନଥିଲେ।
ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଭଣଜା ନିଖୋଜ ରହିଛନ୍ତି ବୋଲି କହିଛନ୍ତି।
ଏହି ଅଘଟଣରୁ ବର୍ତ୍ତି ଯାଇଥିବା ଜଣେ ଯୁବକ ମୃତ୍ୟୁକୁ ଅତି ପାଖରୁ ଦେଖିବା ସହ ସେ ଅଳ୍ପକେ ରକ୍ଷା ପାଇଛନ୍ତି ବୋଲି କହିଛନ୍ତି। ସେହି ସମୟରେ ଚାରି ଆଡୁ କେବଳ ଲୋକଙ୍କ ଚିତ୍କାର ହିଁ ଶୁଣାଯାଇଥିଲା। ଲୋକେ ନିଜ ଜୀବନ ରକ୍ଷା କରିବାକୁ ଡହଳ ବିକଳ ହୋଇ ପାଟି କରୁଥିଲେ।
ପୁଲିସ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ କମ୍ପାନୀର ଦୁଇ ମାଲିକଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।
ତେବେ ଏହି ତିନି ମହଲା ବିଶିଷ୍ଟ କୋଠାରେ ଯିବା ଆସିବା ନିମନ୍ତେ ମାତ୍ର ଗୋଟିଏ ସିଡିର ବ୍ୟବସ୍ଥା ଥିଲା। ଅଗ୍ନିକାଣ୍ଡ ସମୟରେ ଅନ୍ୟ ପ୍ରସ୍ଥାନ ଦ୍ୱାରର ମଧ୍ୟ ସୁବିଧା କରାଯାଇନଥିଲା। ଅବହେଳା କାରଣରୁ ଅନେକ ଜୀବନ ଚାଲି ଯାଇଛି ବୋଲି ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପ୍ରଥମ ମହଲାରେ ନିଆଁ ଲାଗିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଜେନେରେଟର ରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ଧୂଆଁ କାରଣରୁ ଉକ୍ତ କୋଠାରେ ଲୋକେ କିଛି ଦେଖିବାକୁ ସକ୍ଷମ ହୋଇପାରିନଥିଲେ। କିଛି ଲୋକେ ଡେଇଁ କରି ଜୀବନ ବଞ୍ଚାଇ ଥିଲେ। ନିଆଁ ଲାଗିବା ଜାଣି ସ୍ଥାନୀୟ ଲୋକେ ଏକାଠି ହୋଇ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories