www.samajalive.in
Tuesday, December 9, 2025
17.1 C
Bhubaneswar

ଘୁଞ୍ଚିବନି ନିଟ୍‌ ପିଜି ପରୀକ୍ଷା; ସ୍ଥଗିତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୨ ପରୀକ୍ଷା ସ୍ଥଗିତ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି ଯେ, ପରୀକ୍ଷା ଘୁଞ୍ଚାଇଲେ ଗଣ୍ଡଗୋଳିଆ ପରିସ୍ଥିତି ଉପୁଯିବ। ଏହାଦ୍ୱାରା ଲକ୍ଷ ଲକ୍ଷ ଶିକ୍ଷାର୍ଥୀ ପ୍ରଭାବିତ ହେବେ। ପରୀକ୍ଷା ସ୍ଥଗିତ ରଖିଲେ ପାଠ୍ୟକ୍ରମରେ​‌ ବିଳମ୍ବ ହେବ ଏବଂ ଆବାସିକ ଡାକ୍ତରଙ୍କ ଅଭାବ ଦେଖାଦେଇପାରେ। ଖଣ୍ଡପୀଠ କହିଛନ୍ତି ଯେ, ପରୀକ୍ଷା ସ୍ଥଗିତ ରଖିବା ପାଇଁ ସେ ନିର୍ଦ୍ଦେଶ ଜାରି କରିପାରିବେ ନାହିଁ। ଏହାଦ୍ବାରା ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିବା ଓ ଏଥିପାଇଁ ପ୍ରସ୍ତୁତ ହୋଇଥିବା ଲକ୍ଷ ଲକ୍ଷ ଶିକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ନିଟ୍‌ ପିଜି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ମେ’ ୨୧ ତାରିଖରେ ହିଁ ହେବ।

ସୂଚନାଯୋଗ୍ୟ, ନିଟ୍‌-ପିଜି ୨୦୨୧ କାଉନ୍‌ସେଲିଂରେ ବିଳମ୍ବ ହୋଇଥିବା ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ବିଫଳ ହେବା ପରେ ଶୀର୍ଷ ଅଦାଲତରେ ଆବେଦନ କରାଯାଇଥିଲା। ପରୀକ୍ଷାର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବା ଲାଗି ‘ଦି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ମଧ୍ୟ ଅନୁରୋଧ କରିଥିଲା। ମାଣ୍ଡଭୀୟଙ୍କୁ ଲିଖିତ ପତ୍ରରେ ‘ଆଇଏମ୍‌ଏ’ କହିଥିଲା ଯେ, ‘ନିଟ୍‌ ପିଜି ୨୦୨୨’ ପରୀକ୍ଷା ତାରିଖ ଏବଂ ନିଟ୍‌ ପିଜି ୨୦୨୧ କାଉନ୍‌ସେଲିଙ୍ଗ୍‌ ଶେଷ ମଧ୍ୟରେ ସମୟ ବ୍ୟବଧାନ ବହୁତ ସ୍ବଳ୍ପ ହୋଇଯାଉଛି। ଏତେ ସ୍ବଳ୍ପ ସମୟ ମଧ୍ୟରେ ଏଭଳି କଠିନ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଆଶାୟୀମାନେ ସମୟ ପାଇବେ ନାହିଁ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories