www.samajalive.in
Sunday, December 7, 2025
15.1 C
Bhubaneswar

ରଥଯାତ୍ରା ପାଇଁ ଲାଗିବ ୨୩୬ ସିସିଟିଭି, ଆଗୁଆ ସରିବ ରଥ ନିର୍ମାଣ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ୨୩୬ ସିସିଟିଭି କ୍ୟାମେରା ଲାଗିବ। ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ଆଜି ସିସିଟିଭି ଲାଗିବା ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ବିଭିନ୍ନ ଜାଗାରେ ସିସିଟିଭି ଲାଗିବା ନେଇ ସ୍ଥାନ ଚିହ୍ନଟ ହୋଇଛି, ଟେଣ୍ଡର ବି ଆହ୍ବାନ ହୋଇସାରିଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ, ରଥଯାତ୍ରା ପୂର୍ବରୁ କାମ ସରିବ ବୋଲି ସେ ପ୍ରକାଶ କରିଛନ୍ତି।

 

- Advertisement -

ରଥ ନିର୍ମାଣ ସମ୍ପର୍କରେ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଗତକାଲି ୧୩୨ଜଣ ମହାରଣା ଓ ଭୋଇ ସେବକ କାମ କରୁଥିଲେ। ଆଜି ରଥ ନିର୍ମାଣକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଯାଇଛି। ମହାରଣା ଓ ଭୋଇ ସେବାୟତମାନେ ୨ଟି ସିଫ୍ଟରେ କାମ କରୁଛନ୍ତି। ଶ୍ରୀଜୀଉଙ୍କ ୩ଟି ରଥ ନିର୍ମାଣ କାମ ଆଗୁଆ ସାରିବାକୁ ଆମର ଲକ୍ଷ୍ୟ ରହିଛି। କୋଭିଡ ସ୍ଥିତି ଉପୁଜିଲେ ଯେମିତି ଅସୁବିଧା ନ ହେବ , ତା ଉପରେ ନଜର ରହିଛି ବୋଲି ପୁରୀ ଜିଲାପାଳ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories