www.samajalive.in
Tuesday, December 9, 2025
17.1 C
Bhubaneswar

ଏଣିକି ଆବେଦନପତ୍ର ପ୍ରତ୍ୟାହାର କରିପାରିବେ ୟୁପିଏସ୍‍ସି ଆଶାୟୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରିଚାଳିତ ସାଧାରଣ ପ୍ରଶାସନିକ ସେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ଖୁସି ଖବର। କାରଣ ୟୁପିଏସସି ପରିଚାଳିତ ସାଧାରଣ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଏଣିକି ଇଚ୍ଛା କଲେ ନିଜର ଆବେଦନପତ୍ର ପ୍ରତ୍ୟାହାର କରିନେଇ ପାରିବେ। ଆୟୋଗଙ୍କ କହିବା ଅନୁଯାୟୀ ଆବେଦନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫୦% ପ୍ରାର୍ଥୀ ପରୀକ୍ଷା ଦେଇଥାନ୍ତି। ତେଣୁ ପରୀକ୍ଷା ଦେବାକୁ ଆଗ୍ରହୀ ନଥିବା ପ୍ରାର୍ଥୀ ନିଜର ଆବେଦନ ପତ୍ର ପ୍ରତ୍ୟାହାର କରିନେଇ ପାରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୫୦% ପ୍ରାର୍ଥୀ ପରୀକ୍ଷା ଦେଉ ନଥିବା ବେଳେ ସେମାନଙ୍କ ପାଇଁ ପ୍ରଶ୍ନପତ୍ର ମୁଦ୍ରଣ, ପରୀକ୍ଷା କେନ୍ଦ୍ର ଭଡା, ନିରୀକ୍ଷକ ନିଯୁକ୍ତି ଓ ପ୍ରଶ୍ନପତ୍ର ପରିବହନ ଆଦି ଦିଗରେ ଯେଉଁ ଅର୍ଥ ଓ ଶ୍ରମ ବିନିଯୋଗ ହେଉଛି ତାହା କେବଳ ଅପଚୟ ହେଉଛି। ତେଣୁ ପ୍ରକୃତ ଓ ବାସ୍ତବ ପ୍ରାର୍ଥୀଙ୍କୁ ମନୋନୟନ କରାଯାଇପାରିଲେ ସେମାନଙ୍କୁ ଉନ୍ନତ ସୁବିଧାସୁଯୋଗ ଯୋଗାଇ ଦିଆଯାଇପାରିବ ବୋଲି ଆୟୋଗ ଅଧ୍ୟକ୍ଷ କହିଛନ୍ତି। ନିୟମ ଅନୁଯାୟୀ ୟୁପିଏସସି ପରୀକ୍ଷା ଲାଗି ଜଣେ ପ୍ରାର୍ଥୀ ୬ଥର ଆବେଦନ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories